ବିଜେପୁର /ସୁଶାନ୍ତ ସାହୁ: ବିଜେପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଧ୍ୟୟନରତ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ୧୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଦେଵାର୍ଚନ ସାହୁ, କୋଷାଧ୍ୟକ୍ଷା ପ୍ରତିମା ଗୁରୁ, ପରିଚାଳନା କମିଟି ସଦସ୍ୟ ରାଜେଶ୍ଵର ବେହେରା,କୁମର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ ।ପ୍ରାରମ୍ଭରେ ଛାତ୍ରୀଗଣ ମାତୃ ସଂଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷ ବଳରାମ ସାହା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିକ୍ଷକ ଚୂଡାମଣି ତାଣ୍ଡି ସଭାକୁ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ସ୍ଵର୍ଣ୍ଣପ୍ରଭା ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।ପରେ କୁନି ବୈଜ୍ଞାନିକଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପଗୁଡିକୁ ଅଭିଭାବକଗଣ ପରିଦର୍ଶନ କରିଥିଲେ। ବିଜ୍ଞାନ ଶିକ୍ଷକ ଗୋବିନ୍ଦ ସାହା, ଅଧ୍ୟାପକ ଶାନ୍ତନୁ ସାହୁ, ଆନନ୍ଦ ଚନ୍ଦ୍ର ସାହୁ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ପରିଚାଳନା କମିଟି ସଦସ୍ୟ କୁନ୍ତଳା ସାହୁଙ୍କ ସମେତ ଶିକ୍ଷା କେନ୍ଦ୍ରର ଅପାଭାଇଗଣ ପ୍ରଦର୍ଶନୀରେ ସକ୍ରିୟ ଭାବେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post