ବାସୁଦେବପୁର – ଏବିଭିପି, ବାସୁଦେବପୁର ପକ୍ଷରୁ ନଗର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଂଗଠନ ର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମର ଯୋଜନା କରାଯିବା ସହ କଟକରେ ହେବାକୁ ଥିବା ରାଜ୍ୟ ଅଧିବେଶନ ସମ୍ପର୍କରେ ନଗର ବୈଠକ ରେ ଆଲୋଚନା କରାଯାଇଛି।
ଏହି ବୈଠକ ରେ ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟା ପାର୍ବତୀ ମିଶ୍ର, ଜିଲ୍ଲା ପ୍ରମୁଖ ସ୍ଵାଧୀନ ସୁନ୍ଦର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୃତ୍ୟୁଞ୍ଜୟ ବିଶ୍ଵାଳ, ବିଭାଗ ଛାତ୍ରୀ ପ୍ରମୁଖ ମାଧୁରୀ ରାଉତ, ନଗର ଉପ ସଭାପତି ପ୍ରଭାତ ମହାନ୍ତି ଏବଂ ନଗର ସମ୍ପାଦକ ରଶ୍ମି ରଞ୍ଜନ ମହାନ୍ତି ଙ୍କ ସହ ନଗର କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।