ବ୍ୟାଙ୍କ ଅଫ ମହାରାଷ୍ଟ୍ର, ନବରଙ୍ଗପୁର ଶାଖା, କୋଷlଦକ୍ଷ ସାମ୍ବାଦିକଙ୍କୁ ବ୍ୟାଙ୍କ ପରିସରରେ ଗାଳିଗୁଲଜ ଓ ଦୁବ୍ୟବହାର ଅଭିଯୋଗ
, ଥାନାର ଦ୍ଵାରସ୍ତ ହେଲା, ନବରଙ୍ଗପୁର ଜିଲ୍ଲା, ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଂଙ୍ଘ.
ନବରଙ୍ଗପୁର, ଶାସକ ପ୍ରଶାସକ,14.12.2024:ବ୍ୟାଙ୍କ ଅଫ ମହାରାଷ୍ଟ୍ର ନବରଙ୍ଗପୁର ଶାଖା କୋଷାଦକ୍ଷ ଶ୍ରୀ ସତ୍ୟପ୍ରିୟ ପ୍ରଧାନ ଗତ 30.11.2024,ମଧ୍ୟ୍ୟlନ୍ନ ପ୍ରାୟ 12.ଘ ସମୟରେ, ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଂଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସାହୁଙ୍କୁ ଅଶାଳୀନ ବ୍ୟବହାର କରିବା ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି.ପୂର୍ବରୁ ବ୍ୟାଙ୍କ ଶାଖାରେ ଖୋଲା ଯାଇଥିବା ଜିଲ୍ଲା ସଂଙ୍ଘର ବ୍ୟାଙ୍କ ପାସ ବୁକ ଓ ଚେକବୁକ ତଥା ଜିଲ୍ଲା ସଭାପତି ପରିବର୍ତନର ବିଷୟ ନେଇ ଶାଖା ପରିଚାଳକଙ୍କ ସହିତ କଥା ହୋଇଥିଲେ ଓ ଶାଖା ପରିଚାଳକ କହିବା ପ୍ରକାରେ କୋଷlଦକ୍ଷଙ୍କୁ ବ୍ୟାଙ୍କ ପାସ ବୁକ ଓ ଚେକ ବୁକ ମାଗିବାରୁ ସେ ହଟାତ ଉତ୍ତେଜିତ ହୋଇ ବିଭିନ୍ନ ଅପଶବ୍ଦ ପ୍ରୟୋଗ କରିବା ସହ ଅଶାଳୀନ ଭାଷା ପ୍ରୟୋଗ କରି ବ୍ୟାଙ୍କରୁ ବାହାରି ଯିବାକୁ କହି ଠକ, ବାଜେ ଲୋକ ଓ ସାମ୍ବାଦିକ ହୋଇଛ ସାମ୍ବାଦିକର ଅ ଅକ୍ଷର ଜଣାନାହିଁ ଓ ଏପରି ଅନେକ ଅପଶବ୍ଦ କହି ମାରିବାକୁ ଆସିଥିବା ଯୋଗୁଁ ଶ୍ରୀ ଅଶୋକ ସାହୁ ଅପମାନିତ ହୋଇ ଜିଲ୍ଲା ସଂଙ୍ଘର ପରାମର୍ଶ କ୍ରମେ ନବରଙ୍ଗପୁର ସଦର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି.
ସୂଚନାଯୋଗ୍ୟ ଯେ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବରିଷ୍ଟ ସାମ୍ବାଦିକଙ୍କୁ ଏହିପରି ବ୍ୟାଙ୍କର ଜଣେ କାର୍ଯ୍ୟରତ କର୍ମଚାରୀ ଅପଶବ୍ଦ ପ୍ରୟୋଗ କରିବା ଓ ଗାଳିଗୁଲଜ କରିବା ସାମ୍ବାଦିକ ମହଲରେ ଆଲୋନଡ଼ ସୃଷ୍ଟି କରିଛି, ସମସ୍ତଙ୍କୁ ସଚେତନ କରାଉଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ବ୍ୟବହାର ଦେଖାଯାଏ, ତାହାହେଲେ ଗ୍ରାମାଞ୍ଚଳରୁ ଆସୁଥିବା ସାଧାରଣ ଗ୍ରାହକ କିପରି ଏହି ବ୍ୟାଙ୍କରୁ ସାଧାରଣ ସୁବିଧା ସୁଯୋଗ ମିଳିଥିବ ତାହା ଅନୁମୟ ବୋଲି ସାମ୍ବାଦିକ ମହଲ ଓ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୋଷୀକୁ ଉଚିତ ଦଣ୍ଡ ପ୍ରଦାନ କରିବାକୁ ଦାବୀ କରାଯାଇଛି