ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରାତ୍ରକାଳୀନ ଆହାର- ଭାତ,ଡାଲମାର ଶୁଭାରମ୍ଭ

0

ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ଦିନଭଳି ସରକାରଙ୍କ ପକ୍ଷରୁ ୫ଟଙ୍କାରେ ଦିଆଯାଉଥିବା ଭାତ,ଡାଲମା ରାତ୍ରିରେ ମଧ୍ୟ ଆହାର କେନ୍ଦ୍ରରେ ୫ଟଙ୍କାରେ ମିଳିବ ଗତକାଲି ରାତ୍ର ୭ଟାରେ ଆହାର କେନ୍ଦ୍ରରେ ରାତ୍ରୀକାଳୀନ ଆହାର କେନ୍ଦ୍ର ୫ଟଙ୍କାରେ ଭାତ,ଡାଲମା ଦିଆଯିବା ଯୋଜନାର ଶୁଭାରମ୍ଭ କରାଯାଇଛି ।ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ବିଧାୟକ କେ ସୁର୍ଯ୍ୟାରାଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଳିତ ଭାବେ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ରାତ୍ରକାଳୀନ ଆହାର କେନ୍ଦ୍ରରେ ୫ଟଙ୍କାରେ ଭାତ,ଡାଲମା ଦିଆଯିବ । ଏଥିପାଇଁ ୭ଟାରୁ ୯ଟା ପର୍ଯ୍ୟନ୍ତ ୨୫୦ ଜଣଙ୍କ ପାଇଁ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାରଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି ଯେ, ଭାତ ମୁଠିଏ ଖାଇବା ଦିଗରେ କୌଣସି ଗରିବ ଲୋକ ଯେଭଳି ବଞ୍ଚିତ ହେବ ନାହିଁ କି ଅନାହାର ହେବ ନାହିଁ ସେଥିପାଇଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଲୋଚନା ବେଳେ କହିଥିଲେ । ଯୋଜନା କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ ଜିଲ୍ଲାପାଳ ଶ୍ରୀ ସାହା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ ଏବଂ ବିଧାୟକ ଶ୍ରୀ ସୂଯ୍ୟାରାଓ ଏବଂ ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାଃ ସରୋଜ କୁମାର ମିଶ୍ର  ପ୍ରମୁଖ ଆହାର କେନ୍ଦ୍ରରେ ୫ଟଙ୍କିଆ ଟିକଟ କିଣି ଆହାର କେନ୍ଦ୍ରରେ ଧାଡି ବାନ୍ଧି ଠିଆ ହୋଇ ଭାତ ଡାଲମା ଆଣି ସାଧାରଣ ଲୋକ ମାନଙ୍କ ଗ୍ରହଣରେ କେନ୍ଦ୍ରରେ ଖାଇଥିଲେ । ଏତଦ ବ୍ୟତୀତ ଆହାର କେନ୍ଦ୍ରର ସମସ୍ତ ଦିଗ ଉପରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.