ଡିଜିଟାଲ ଠକେଇ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଝାମୀ ପଞ୍ଚାୟତ ଝାମି ଗ୍ରାମ ଠାରେ ବ୍ୟାଙ୍କ୍ ଅଫ ବରୋଦା ପାରଳାଖେମୁଣ୍ଡି ଶାଖା ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା (ସିବିଡିସି) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟର୍ ର୍ଫେସ୍ (ୟୂପିଆଇ) କୁ ଲୋକପ୍ରିୟ କରିବା ସହ ସାଇବର ଏବଂ ଡିଜିଟାଲ ଠକେଇ ବିଷୟ ରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଆର୍ଥିକ ସ୍ୱାକ୍ଷରତା ଶିବିର ଆୟୋଜନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ୍ ଅଫ ବରୋଦା ପାରଳାଖେମୁଣ୍ଡି ଶାଖା ର ପରିଚାଳକ ଶ୍ରୀ କେ. ପୱନ୍ କୁମାର ରାଓ , ଝାମି ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମିନାକ୍ଷୀ ବେହେରା , ଶ୍ରୀଯୁକ୍ତ ଅରକ୍ଷିତ କୋରାଡ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସିବିଡିସି ଏବଂ ୟୁପିଆଇ ଭଳି ଡିଜିଟାଲ ଆର୍ଥିକ ଆପ୍ଲିକେସନ୍ ର ଲାଭ ଏବଂ ବ୍ୟବହାର ସମ୍ପର୍କ ରେ ସ୍ଥାନୀୟ ସମୁଦାୟ ଙ୍କୁ ଅବଗତି କରାଇବା। ବିଶେଷ କରି ଏହି ଡିଜିଟାଲ ପ୍ଲାଟଫର୍ମ ଗୁଡିକର ବ୍ୟବହାର କରିବା ସମୟରେ ଅନୁସରଣ କରାଯିବାକୁ ଥିବା ସୁରକ୍ଷା , ସତର୍କତା ଓ ସୁରକ୍ଷଆତ୍ମକ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଅଂଶଗ୍ରହଣକାରୀ ମାନଙ୍କୁ ସାଇବର ଏବଂ ଡିଜିଟାଲ ଠକେଇ ବିଷୟ ରେ ସଚେତନତା ସୃଷ୍ଟି କରିବା ଓ ଡିଜିଟାଲ କାରବାର ବେଳେ ସୁରକ୍ଷତ୍ମକ ପଦକ୍ଷେପ ନେବା।
ଏହି କାର୍ଯ୍ୟକ୍ରମ ରେ ୩୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳ ଉପସ୍ଥିତ ରହି ସଚେତନ ହୋଇଥିଲେ। ଯାହାଦ୍ବାରା ଆଗମୀ ଦିନରେ ଗଜପତି ଜିଲ୍ଲା ର ଗ୍ରାହକ ମାନେ ଅନଲାଇନ୍ କାରବାର ସୁରକ୍ଷିତ ଭାବେ କରିବା ସହ କୌଣସି ଠକାମୀ କିମ୍ୱା ସାଇବର ଠକ ମାନଙ୍କ ଶିକାର ହେବେନି ବୋଲି ବକ୍ତା ମାନେ କହିଥିଲେ।

Leave A Reply

Your email address will not be published.