ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ଡିସେମ୍ବର ୧୪ , ୨୦୨୪ ରେ ପାରାଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ଶେଷ ବା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି।
ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ) , ଚେକ ବାଉନସ , ବ୍ୟାଙ୍କ ଋଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରି ସମ୍ୱନ୍ଧୀୟ (ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲାର ବିଚାରଣା ହେବ। ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡିବ ନାହିଁ।
ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ। ଦୀର୍ଘଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ସବିଶେଷ ବିବିରଣୀ ନିମନ୍ତେ ନୂତନ କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନ ସେବା ପ୍ରାକରଣ , ପାରାଳାଖେମୁଣ୍ଡି କିମ୍ଵା ରା.ଉଦୟଗିରି ଓ ମୋହନା କୋର୍ଟ ପରିସରେ ଥିବା ତାଲୁକ ଆଇନ ସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।
Sign in
Sign in
Recover your password.
A password will be e-mailed to you.