ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ଅନୁଷ୍ଠିତ।

0 2

ବାସୁଦେବପୁର – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖା ପକ୍ଷ ରୁ ନଗର ସମ୍ମିଳନୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ସ୍ଵାଧୀନ ଦାସ ନିର୍ବାଚନ ଅଧିକାରୀ ଭାବ ରେ ପୁରାତନ ଟିମ୍ କୁ ଭାଙ୍ଗି ନୂଆ ଟିମ ଘୋଷଣା କରିଥିଲେ। ନୂତନ ସଭାପତି ଭାବରେ ପୁରୁଷୋତ୍ତମ ବେହେରା, ଉପ ସଭାପତି ଭାବେ ମନୋଜ ମଲ୍ଲିକ, ଚିରଞ୍ଜିବି ଭୋଇ, ପ୍ରମୋଦ ସାହୁ, ପ୍ରଭାତ ମହାନ୍ତି ଓ ନଗର ସମ୍ପାଦକ ଭାବରେ ରଶ୍ମି ରଞ୍ଜନ ମହାନ୍ତି, ସହ ସମ୍ପାଦକ ଭାବରେ ପୂଜାରାଣୀ ମଲ୍ଲିକ, ଶୁଭମ୍ ଜେନା, ଦେବସ୍ମିତା ନାୟକ, ଶିବ ଭୁଇଆଁ, ପାଠ୍ୟ ଚକ୍ର ପ୍ରମୁଖ ସାଗର ମଣ୍ଡଳ ଙ୍କ ବିଭିନ୍ନ ଆୟମ ଓ ନଗର ର କାର୍ଯ୍ୟ କାରିଣୀ ଘୋଷଣା କରାଯାଇଛି।

Leave A Reply

Your email address will not be published.