ସରସ୍ବତୀ ଶିଶୁ ମନ୍ଦିର, ଡୁଙ୍ଗୁରିପାଲି ରେ 26ତେମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

0

 ସୁବର୍ଣ୍ଣପୁର ୦୭/୧୨/୨୦୨୪:(ପ୍ରକାଶ ହାତୀ)ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡୁଙ୍ଗୁରିପାଲି ରେ ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥ୍‌ ଭାବେ ଶ୍ରୀମତୀ ପଦ୍ମିନୀ ସାହୁ,ଖେଳ ଶିକ୍ଷିକା,ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି,,ସମ୍ମାନିତ ଅତିଥୁ ରୂପେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମେହେର, କୋଷାଧ୍ୟକ୍ଷ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡୁଙ୍ଗୁରିପାଲି ପରିଚାଳନା ସମିତି ଯୋଗଦାନ କରିଥିଲେ।। ଅତିଥୂ ପରିଚୟ ଓ ସ୍ବାଗତ ଭାଷଣ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ବିଭୂତି ଭୂଷଣ ପଣ୍ଡା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥ୍‌ ଶ୍ରୀମତୀ ସାହୁଙ୍କ ଦ୍ବାରା ଉଦଘାଟନ ଘୋଷଣା ସହ କ୍ରୀଡା ର ମହତ୍ତ୍ବ ବିଷୟରେ ମାର୍ଗଦର୍ଶନ କରିଥିଲେ।ସମ୍ମାନିତ ଅତିଥ୍ ଶ୍ରୀଯୁକ୍ତ ମେହେର ମହଶୟ କ୍ରୀଡାର ଆବଶ୍ୟକତା ବିଷୟ ରେ ଆଲୋକପାତ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥ୍‌ ଭାବେ ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, ଆଧ୍ୟାତ୍ମିକବିତ୍ ଲକ୍ଷ୍ମୀଧର ନାୟକ, .ଯୋଗଦାନ କରି ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରିବା ସହ କ୍ରୀଡା ର ଉପକାରିତା ତଥା ଆବଶ୍ୟକତା ବିଷୟରେ ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।

ଅତିଥ୍ ପରିଚୟ ଶ୍ରୀଯୁକ୍ତ ବିଭୂତି ଭୂଷଣ ପଣ୍ଡା କରିଥ‌ିବା ବେଳେ ପୌଲସ୍ତି ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ବର୍ଗ ଭାଇ .. ସାଇ ହିମଦ୍ରି ପଧାନ,.ଭଉଣୀ ତୁଳସୀ ଚିରଗୁନ, ବାଲବର୍ଗ ଭାଇ ମାସୁମ ମାନହିରା,,ଭଉଣୀ ଇତିଶ୍ରୀ ନାୟକ ଓ କିଶୋର ବର୍ଗରେ ଭାଇ ତୋଷବନ୍ଧୁ ବାଗ, ଭଉଣୀ… ସ୍ବୀକୃତି ପଣ୍ଡା…ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଥିଲେ।ଶାରୀରିକ ପ୍ରମୁଖ ଅଶ୍ବିନୀ ଗୁରୁଜୀ ତଥା ସମସ୍ତ ଗୁରୁଜୀ ଗୁରୁମା,ସେବକ ସେବିକଙ୍କ ସହଯୋଗରେ ବାର୍ଷିକ କ୍ରୀଡା ସଫଳ ହୋଇଥିଲା ।

Leave A Reply

Your email address will not be published.