ସୁବର୍ଣ୍ଣପୁର ଠାରେ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

0

ସୋନପୁର ୦୬/୧୨/୨୦୨୪: ଶାସକ ପ୍ରଶାସକ(ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ନିଉ ରିଜର୍ଭ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପୋଲିସ୍ ପକ୍ଷରୁ ୬୨ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ଅନୁଷ୍ଠିତ ଉତ୍ସବରେ  ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଏସପି ବିରେନ୍ଦ୍ର କୁମାର ନାୟକ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡି ଜିଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଡି ଏସ ପି ଚନ୍ଦ୍ର ଶେଖର ଶବର, ଡି ଏସ ପି ରେଣୁକା ସୁନା, ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠି, ବି ଏମ୍ ପୁର ଏସ ଡି ପି ଓ ବାସୁଦେବ ଛତ୍ରିଆ, ଇନ୍ସପେକ୍ଟର ରାଜେଶ୍ୱରୀ ଭୋଇ, ସୋନପୁର ଥାନା ଅଧିକାରୀ ରଂଜିତ ସାହୁ, ଇନ୍ସପେକ୍ଟର ରମେଶ କୁମାର ମହାଣା ପ୍ରମୁଖ ଯୋଗଦାନ କରିଥିଲେ l ପୋଲିସ ହୋମ ଗାର୍ଡ ର ଦୁଇଟି ପ୍ଲାଟୁନ ଆୟୋଜିତ ପ୍ୟାରେଡରେ ଭାଗ ନେଇଥିଲେ l ଜିଲ୍ଲା ପୋଲିସ କନେଷ୍ଟବଲ୍ ସଂଘର ସଭାପତି ଦିନେଶ ମିଶ୍ର ସଂପାଦକ ରଂଜିତ ପଧାନ, ମନୋଜ୍ ପଣ୍ଡା, ଚମରା ପଧାନ, କବି ମିସ୍ତ୍ରୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯକ୍ରମରେ ସହଯୋଗ କରିଥିଲେ l

ସଭାକୁ ଆର୍ ଆଇ ସରୋଜ ବେହେରା ପରିଚାଳନା କରିଥିବା ବେଳେ ସର୍ଜନ ନୀଳକଣ୍ଠ କଅଁର ସହଯୋଗ କରିଥିଲେ l ଜିଲ୍ଲାର ବେଷ୍ଟ ହୋମଗାର୍ଡ ଭାବେ ଲଛିପୁର ଥାନାର ବିକ୍ରମ ଦାଶ, ବି ଏମ୍ ପୁର ଥାନାର ବିନୋଦ ତାଣ୍ଡିଆ ଓ ସୋନପୁର ଥାନାର ମହିଳା ହୋମ ଗାର୍ଡ ରାସେଶ୍ୱରୀ ଦୀପ ଙ୍କୁ ଆଜି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି l ଏହି ଅବସରରେ ରିଜର୍ଭ ଅଫିସ୍ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ ୫୦ ଜଣ ସ୍ୱାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ର ସୁବିଧା ନେଇଥିଲେ।

Leave A Reply

Your email address will not be published.