ଆମ ଜଙ୍ଗଲ ଯୋଜନା ଦକ୍ଷତା ବୃଦ୍ଧି ଧିଙ୍ଗିରି ଛତୁ ଚାଷ ତାଲିମ ଶିବିର

0

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ ରୁପ୍ରାରୋଡ ସେକ୍ସନ ଅଧିନସ୍ଥ ରାଣୀପଟା ଓ ଫତକାବାହଲି ବନ ସୁରକ୍ଷା ସମିତି ଠାରେ ପୃଥକ୍ ପୃଥକ୍ ଭାବରେ ଧିଙ୍ଗିରି ଛତୁ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର ରେ ସମିତି ଜଙ୍ଗଲ ନିର୍ଭରଶୀଳ ପରିବାରର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। ତାଲିମ ଦାତା ଭାବରେ ଆମ ଜଙ୍ଗଲ ଯୋଜନା ଦଳପତି ଓ ବିକାଶ ଅଧିକାରୀ ପୃଥକ୍ ପୃଥକ୍ ଭାବରେ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରଟିକୁ ସ୍ଥାନୀୟ ସମିତି ଉଭୟ ସଭାପତି ଉଦ୍ଘାଟନ କରିଥିଲେ । ସୁଭଦ୍ରା ଯୋଜନାରେ ପାଇ ଥିବା ଟଙ୍କା ସଠିକ୍ ବିନିଯୋଗ ପାଇଁ ମହିଳାମାନେ ଛତୁ ଚାଷ କରି ସ୍ୱାବଲମ୍ବୀ ହେବ ପାଇଁ ବନବିଭାଗ ଓ ଏନ.ଜି.ଓ ଟିମ କେସିଙ୍ଗା ଙ୍କ ପ୍ରୟାସ କ୍ରମେ ଉକ୍ତ ତାଲିମ କାର୍ଯକ୍ରମ ସଫଳ ହୋଇ ପାରିଛି । ଏହି ତାଲିମ ଲୋକମାନଙ୍କର ଜୀବନ ଜୀବିକାରେ ସହାୟକ ହେବ ବୋଲି ଅଞ୍ଚଳବାସୀ ହୃଦବୋଧ କରିପାରିଥିଲେ ଓ ଶେଷରେ ଉପସ୍ଥିତ ସମସ୍ତ ତାଲିମ ପ୍ରାର୍ଥୀ ବ୍ୟବସାୟ ଭିତ୍ତିରେ ଚାଷ କରି ନିଶ୍ଚିତ ସଫଳ ହେବୁ ମତ ପ୍ରକାଶ କରି ବନବିଭାଗ କେସିଙ୍ଗା ବନ୍ୟାଞ୍ଚଳ ତଥା ଏନ. ଜି. ଓ ପ୍ରକଲ୍ପ କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ କରି ତାଲିମ୍ ପରି ସମାପ୍ତ ହୋଇ ଥିଲା ।

Leave A Reply

Your email address will not be published.