ଦିବ୍ୟାଙ୍ଗ-ଶିଶୁ ବୈଜ୍ଞାନିକଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇଥିବା ତିନି ଜଣ ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । 

ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକ ପ୍ରିୟଙ୍କା ବୁଣ୍ଡଗେ, ବି.ପି ରବିକିରଣ ରେଡ୍ଡି ଏବଂ ଶ୍ରୀୟା ରାଣୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଉପସ୍ଥିତ ଥିଲେ । 

ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକ ପ୍ରିୟଙ୍କା ମହାରାଷ୍ଟ୍ରରୁ ଆସିଥିବା ବେଳେ ରବିକିରଣ ତେଲେଙ୍ଗାନାରୁ ଏବଂ ଶ୍ରୀୟା ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିଲେ ।  ଏହି ଅବସରରେ ସୋଆର ଡିନ୍ (ରିସର୍ଚ୍ଚ) ପ୍ରଫେସର ପି.କେ. ନନ୍ଦ, ଡାଇରେକ୍ଟର (ଆଡମିସନ୍ସ) ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ, ବିଜ୍ଞାନ କଂଗ୍ରେସର ପ୍ରିନ୍ସିପାଲ୍ କୋଅର୍ଡିନେଟର ଡ. ଅନୁରାଗ ଶତପଥୀ ଏବଂ ପ୍ରୋଗ୍ରାମ କୋଅର୍ଡିନେଟର୍ ଡ. ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । 

 

 

 

Leave A Reply

Your email address will not be published.