ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ଟିଟିଲାଗଡ ଶିବପ୍ରସାଦ ଉପ୍ରା ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳନ ହେଇ ଯାଇଛି, ଏଥିରେ ଟିଟିଲାଗଡ ବ୍ଲକ ଓ ମ୍ୟୁନିସିପାଲଟି ଅନ୍ତର୍ଗତ ବିଦ୍ୟାଳୟ ରୁ 100 ଜଣ ଭିନ୍ନକ୍ଷମ ଶିଶୁ ଓ 100 ଅଭିଭାବକ ଯୋଗଦାନ କରିଥିଲେ, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଆର୍ତ୍ତତ୍ରାଣ ରଥ ଓ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଶିଶୁ ତଥା ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ, ଭିନ୍ନକ୍ଷମାନେ ସମାଜର ଅଭିନ୍ନ ଅଙ୍ଗ ତଥା ସେମାନେ କାହାରି ବୋଝ ନୁହନ୍ତି ବୋଲି ବାର୍ତ୍ତା ଦେଇଥିଲେ,ପ୍ରଧାନ ଶିକ୍ଷିକା ତପ ଜାଲ ସଭା ପରିଚାଳନା କରିଥିଲେ, CRCC ଲିଙ୍ଗରାଜ ନାଗ, ବବଲୁ ଜାଲ,ଗୌରୀ ମୁଣ୍ଡା, ଓ PEI/AEI ମାନେ ବିଭିନ୍ନ ପ୍ରତିଯୋଗିତା କରିଥିଲେ, କୃତି ପ୍ରତିଯୋଗୀ ଙ୍କୁ ବିଭିନ୍ନ ପୁରସ୍କାର ଦିଆଯାଇଥିଲା,BRT ପ୍ରଦ୍ୟୁମ୍ନ ସାହୁ & ପ୍ରଶାନ୍ତ ସାହୁ ସମସ୍ତ କାର୍ଯକ୍ରମ କୁ ତଦାରଖ କରିଥିଲେ, ଶେଷରେ ଶିକ୍ଷୟତ୍ରୀ ଅପର୍ଣ୍ଣା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post