କଳିଙ୍ଗ ମହାବିଦ୍ୟାଳୟରେ ଅନୁଷ୍ଠିତ ଦୁଇ ଦିନିଆ ମହିଳା ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଯାପିତ..

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କଳିଙ୍ଗ ମହାବିଦ୍ୟାଳୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ୧୦ମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ମହିଳା ଖୋ-ଖୋ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସମ୍ମାନନୀୟ ବଳରାମ ସାହୁ ଯୋଗଦେଇ ବିଜୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନସ୍ଥ ୧୩ଟି ମହାବିଦ୍ୟାଳୟର ୧୭୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ଗୁରାଣ୍ଡି ମହାବିଦ୍ୟାଳୟ ସହିତ କଳିଙ୍ଗ ମହାବିଦ୍ୟାଳୟର ଖେଳାଳି ମାନଙ୍କ ମଧ୍ୟରେ କଡା ମୁକାବିଲା କରି କଳିଙ୍ଗ ମହାବିଦ୍ୟାଳୟ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ପରିଦର୍ଶକ ଭାବେ ରାଜେଶ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାକୁ ସରୋଜ କୁମାର ପାଢ଼ୀ, କେ.ରଘୁନାଥ ରେଡି, କେ.ଶ୍ରୀନିବାସ ଦୋରା, ପ୍ରଣୟ ରଞ୍ଜନ ଦାସ ଏବଂ ସନ୍ତୋଷ କୁମାର ବିଷୋୟୀ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟ କ୍ରୀଡା ଶିକ୍ଷକ ସରୋଜ କୁମାର ଦାଶ, କ୍ରୀଡା ସଂସଦ ଉପ ସଭାପତି ଆବେଦ୍ ମଣ୍ଡଳ୍, ସହ ସଭାପତି ସଂଗ୍ରାମ କେଶରୀ ପଣ୍ଡା ଏବଂ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.