ତାଲୁକା ଆଇନ୍ ସେବା କମିଟି ପକ୍ଷରୁ ଭଞ୍ଜନଗର ରେ ଦିବ୍ୟାଙ୍ଗ ଦିବସ ପାଳନ।

0

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ତାଲୁକା ଆଇନ ସେବା କମିଟି ଭଞ୍ଜନଗର ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଡିସେମ୍ବର ମାସ ୩ ତାରିଖ ମଙ୍ଗଳ ବାର ସାଢେ଼ ଚାରି ଘଣ୍ଟ ସମୟରେ ଆନ୍ତର୍ଜାତିକ ଦିବ୍ୟଂଗ ଦିବସ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ଅଧକ୍ଷ ଦେବଦତ୍ତ ପଟ୍ଟନାୟକ ଯୋଗଦାନ କରି ଦିବ୍ୟାଂଗ ଙ୍କ ବିଭିନ୍ନ ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ। ସେପରି ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ବରିଷ୍ଟ ଦେୱାନି ବିଚାରପତି ଦେବାଶିଷ ବିଷୋୟୀ, ଏସଡିଜେଏମ୍ ଅମିତ୍ କୁମାର୍, କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଓ ଡଃ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଂଗ ଙ୍କ ମୈ।ଳିକ ଅଧିକାର ଓ ସେମାନଙ୍କର ପାଇଁ ରହିଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ଏଥିରେ ମଧ୍ୟ ଜେଏମଏଫସି ଭିୟାଁନା ନାୟକ, ଏସଡିପିଓ ସୁଜିତ୍ କୁମାର୍ ନାୟକ, ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ଵରଞ୍ଜନ କର, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ, ଭଞ୍ଜନଗର ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ ଏବଂ ବେଲଗୁଣ୍ଠା ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭିନ୍ନକ୍ଷମ ମାନେ ନିଜକୁ ଦୃବଳ ଭାବିବେ ନାହିଁ ।ସେମାନଙ୍କ ପାଇଁ ସରକାର ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଯୋଉ ଦିବ୍ୟଙ୍ଗ ମାନେ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରି ଉପଜିଲ୍ଲାପାଳ ସମସ୍ତ ସୁବିଧା ଯୋଗାଇ ଦେବାକୁ କହିଛନ୍ତି । ଏହି ଅବସରରେ ୩ ଜଣ ଦିବ୍ୟାଂଗ କୁ ଭତ୍ତା ଓ ଜଣକୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ କନିଷ୍ଠ କିରାଣୀ ଆଦିତ୍ୟ ନାରାୟଣ ରଥ ସୁଚାରୁ ରୂପେ ତୁଲାଇଥିଲେ।

Leave A Reply

Your email address will not be published.