ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆଜି (ମଙ୍ଗଳବାର) ବିଜୁ କଲ୍ୟାଣ ମଣ୍ଡପ , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟ କ୍ରମରେ ପୂର୍ବାହ୍ନରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦିବ୍ୟଙ୍ଗ ବ୍ୟକ୍ତି ବିଶେଷ , ବରିଷ୍ଠ ନାଗରିକଙ୍କ ନିମନ୍ତେ କାର୍ଯ୍ଯ କରୁଥିବା ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା , ମହାବିଦ୍ୟାଳୟର ଛାତ୍ରଛାତ୍ରୀ , କିନ୍ନର ଓ ବିଭାଗୀୟ କର୍ମକର୍ତ୍ତାଙ୍କ ଗହଣରେ ପଦଯାତ୍ରା କରାଯାଇଥିଲା।
ଉକ୍ତ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ।
ଏହି ପଦଯାତ୍ରା ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରୁ ଠାରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ରେ ଶେଷ ହୋଇଥିଲା। ଏହି ଶୋଭାଯାତ୍ରାରେ ପାରଳା ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ। ଏହାପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ଗଜପତି , ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପ-ଜିଲ୍ଲାପାଳ , ପାରଳାଖେମୁଣ୍ଡି , ଡ଼ାକ୍ତର ମହମ୍ମଦ ମୁବାରକ ଆଲ୍ଲୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ , ଗଜପତି , ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଶ୍ରୀ ସନ୍ତୋଷ ମହାରଣା , ସମ୍ପାଦକ , ସମର୍ଥ ସଂସ୍ଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଶ୍ରୀମତୀ ଉତ୍ସର୍ଗୀତା ବଡରଇତ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ , ପାରଳାଖେମୁଣ୍ଡି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଆଜିର ଏହି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ପୃଥକ ପୃଥକ ଭାବେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀ.ଚକ୍ରପାଣି ବାଜୁବନ୍ଧ ଓ ଶ୍ରୀମତି କଲ୍ୟାଣୀ ବାଜୁବନ୍ଧ , କେ.ସୀତାପୁର ଗ୍ରାମର କାଶୀନଗର ବ୍ଲକ , ଶ୍ରୀ ଭୀମସେନ ମଣ୍ଡଳ ଓ ଶ୍ରୀମତୀ ଅମିତା ମଣ୍ଡଳ , ତିତିସିଙ୍ଗ ଗ୍ରାମ ପଞ୍ଚାୟତ , ନୂଆଗଡ ବ୍ଲକ୍ ଓ ଶ୍ରୀମତି ମଗଦଲନି ଜେନା ଓ ଶ୍ରୀମତି ନାରାୟଣ ଲିମ୍ମା , ପାରଳାଖେମୁଣ୍ଡିଙ୍କୁ ଟ. ୨,୫୦,୦୦୦/- ଟଙ୍କା ଚେକ୍ ବୈବାହିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏକ ଦୃଷ୍ଟିବାଧିତ ଛାତ୍ରକୁ ମାଗଣା ଲ୍ଯାପଟପ ବଣ୍ଟନ କରାଯାଇଥିଲା।
ସେହିପରି ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏକ ଦିବ୍ୟଙ୍ଗଙ୍କ କନ୍ୟା ସୁଶ୍ରୀ କୁନୁକୁ ଅଖିଲା , ପାରଳାଖେମୁଣ୍ଡିଙ୍କୁ ଶିକ୍ଷା ବୃତ୍ତି ପ୍ରଦାନ କରାଯାଇଥିଲା। ୩ ଜଣ ଛାତ୍ରଛାତ୍ରୀଙ୍କୁ ବାଣିଶ୍ରୀ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା।
ପରେ ପରେ ଗଜପତି ଜିଲ୍ଲା କଳା ପରିଷଦ , ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଓ ପାରଳାର ଅଗ୍ରଣୀ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ର କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , କାର୍ଯ୍ୟାଳୟର ସୁମନ ମିଶ୍ର , ରିଙ୍କୁ ମହାରଣା , ଶ୍ରୀମତୀ ୱା.ଅନୁଶା ସମେତ ସମସ୍ତ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅରୁଣ କୁମାର ଉଦୟଭାନୁ , ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ , ରା.ଉଦୟଗିରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Leave A Reply

Your email address will not be published.