ପଦ୍ମପୁର :- ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ କମୁନିଟୀ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ଦୀପକ ସାହୁ ଯୋଗଦେଇ ଏଡସ୍ ରୋଗର କାରଣ ଓ ନିରାକରଣ ଉପରେ ବକ୍ତବ୍ୟ ରଖିଥିଲେ। ଏହି ସଭାରେ ବରିଷ୍ଠ ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ ବେହେରା, ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ସ୍ଵାସ୍ଥ୍ୟ ସହଯୋଗୀ ଶ୍ରୀ ହେମ ଚନ୍ଦ୍ର ମହାନନ୍ଦ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ସଂଯୋଜନା କରିଥିବା ବେଳେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.