ନବରଙ୍ଗପୁର :ଅଶୋକ ସାହୁ, ଶାସକ ପ୍ରଶାସକ.: ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ,ନବରଙ୍ଗପୁର ଶ୍ରୀ ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୪୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା।ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ କଲ୍ୟାଣ ସହାୟତା ଯୋଜନା ରେ ୧,୨୮,୬୦,୦୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା। ୭୫ ଜଣ ଙ୍କୁ ବିବାହ ସହାୟତା ୩୭,୫୦,୦୦୦/- ଟଙ୍କା,୩୭ ଜଣଙ୍କୁ ମାତୃତ୍ଵ ସହାୟତା ପାଇଁ ୩,୭୦,୦୦୦/- ଟଙ୍କା,୧୦୪ ଜଣଙ୍କୁ ଶିକ୍ଷା ପାଇଁ ୫,୫୦,୦୦୦/- ଟଙ୍କା,୪୦ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ପାଇଁ ୮୦,୦୦,୦୦୦/- ଟଙ୍କା,୩୮ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ପାଇଁ ୧,୯୦,୦୦୦/- ଟଙ୍କା ଏଭଳି ୨୯୪ ଜଣଙ୍କୁ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post