ମିଡିଆ ଭିଜିବିଲିଟି ମାନ୍ୟତାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତର ଏକ ନମ୍ବର କମ୍ପାନୀ

0 1

ମୁମ୍ବାଇ : ରାଜସ୍ୱ, ଲାଭ, ବଜାର ମୂଲ୍ୟ ଏବଂ ସାମାଜିକ ପ୍ରଭାବ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶରେ ଆଗରେ ରହିବ ସହିତ ୨୦୨୪ ମସିହାରେ ୱିଜିକିର ଭିଜିବିଲିଟି ଇଣ୍ଡେକ୍ସରେ ଏହା ଭାରତର ଅଗ୍ରଣୀ କମ୍ପାନୀ ଭାବେ ସ୍ଥାନପାଇଛି। ୱିଜିକି ହେଉଛି ଏକ ମିଡିଆ ଇଣ୍ଟେଲିଜେନ୍ସ କମ୍ପାନୀ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ଗଣମାଧ୍ୟମ ଖବରରେ କେଉଁ କମ୍ପାନୀଗୁଡିକ ଅଧିକ ସ୍ଥାନ ପାଇଥାନ୍ତି ତାହା ନିରୂପଣ କରିଥାଏ।

ୱିଜିକିର ଭିଜିବିଲିଟି ଇଣ୍ଡେକ୍ସ ଅନୁଯାୟୀ ରିଲାଏନ୍ସ କ୍ରମାଗତ ଭାବରେ ହେଡଲାଇନରେ ବା ଖବରର ଶୀର୍ଷରେ ରହିଆସିଛି ଏବଂ ଅନେକ ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ଏବଂ ଉପଭୋକ୍ତା ସାମଗ୍ରୀ କମ୍ପାନୀକୁ ଏହି ପ୍ରସଙ୍ଗରେ ପଛରେ ଛାଡି ଦେଇଛି। ୨୦୨୪ ରେ ରିଲାଏନ୍ସର ନ୍ୟୁଜ୍ ସ୍କୋର ୧୦୦ ମଧ୍ୟରୁ ୯୭.୪୩ ରହିଥିବା ୱିଜିକି ପ୍ରକାଶ କରିଛି। ଏହା ୨୦୨୩ ରେ ୯୬.୪୬, ୨୦୨୨ ରେ ୯୨.୫୬ ଏବଂ ୨୦୨୧ ରେ ୮୪.୯ ଥିଲା ଏବଂ ଏହି ପାଞ୍ଚ ବର୍ଷ ମଧ୍ୟରେ ରିଲାଏନ୍ସ କ୍ରମାଗତ ଭାବରେ ଭାରତରେ ୧ ନମ୍ବର ରହିଛି।

ଯଦି ଅନ୍ୟ କମ୍ପାନୀଗୁଡିକ ସହିତ ତୁଳନା କରାଯାଏ, ରିଲାଏନ୍ସ ଦେଶର ଅନେକ ବଡ କମ୍ପାନୀମାନଙ୍କଠାରୁ ବହୁତ ଆଗରେ ରହିଛି। ରିଲାଏନ୍ସର ନ୍ୟୁଜ୍ ସ୍କୋର ୯୭.୪୩ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍କୋର ୮୯.୩, ଏଚଡ଼ିଏଫସି ବ୍ୟାଙ୍କର ୮୬.୨୪, ପେଟିଏମ ର ମୂଳ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ସ ୮୪.୬୩, ଆଇସିଆଇସିଆଇ ବ୍ୟାଙ୍କର ୮୪.୩୩ ଏବଂ ଜୋମାଟୋର ୮୨.୯୪ ରହିଥିଲା।

ୱିକି ନ୍ୟୁଜ୍ ସ୍କୋରରେ ଭାରତୀ ଏୟାରଟେଲ ସପ୍ତମ ସ୍ଥାନରେ ରହିଛି ଏବଂ ଏହା ପରେ ଇନଫୋସିସ୍, ଟାଟା ମୋଟର୍ସ, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ) ଏବଂ ଆଦାନୀ ଗ୍ରୁପ୍ ଚାଳିଶ ତମ ସ୍ଥାନରେ ରହିଛି।

ୱିଜିକ୍ ନ୍ୟୁଜ୍ ସ୍କୋର ନିର୍ଣ୍ଣୟ କରିବାବେଳେ, ଖବରର ଶିରୋନାମାରେ କମ୍ପାନୀ କେତେ ସମୟ ରହିଛି, କେତେ ସ୍ଥାନରେ ପ୍ରକାଶିତ ହୋଇଛି ଏବଂ ପ୍ରକାଶିତ ବିଷୟବସ୍ତୁ କେତେ ଲୋକଙ୍କ ପାଖରେ ପହଞ୍ଚୁଛି ତାହା ଦେଖାଯାଇଥାଏ। ସର୍ବାଧିକ ନ୍ୟୁଜ ସ୍କୋର ହେଉଛି ୧୦୦ ଏବଂ ଏହି ଅଧ୍ୟୟନରେ ୪ ଲକ୍ଷ ପ୍ରକାଶନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। କୃତ୍ରିମ ଇଣ୍ଟେଲିଜେନ୍ସ, ବିଗ୍ ଡାଟା, ମେସିନ୍ ଲର୍ନିଂ ଏବଂ ମିଡିଆ ଇଣ୍ଟେଲିଜେନ୍ସ ଜରିଆରେ ଏତେସଂଖ୍ୟକ ପ୍ରକାଶନକୁ ଅନୁଶୀଳନ ଓ ବିଶ୍ଳେଷଣ କରି ଏକ କମ୍ପାନୀର ନ୍ୟୁଜ୍ ସ୍କୋର ସ୍ଥିର କରାଯାଇଥାଏ।

 

 

Leave A Reply

Your email address will not be published.