ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆଜି ବ୍ଲକ ର ଚାଷୀ ମାନଙ୍କୁ ଧାନ ପରବର୍ତ୍ତୀ ରବି ଫସଲ ର ସଫଳତା ପାଇଁ ସରକାରଙ୍କ ତରଫରୁ ମାଗଣା ଚଣା ବିହନ ବଣ୍ଟନ କରାଯାଇଥିଲା। ବ୍ଲକ କୃଷି ସହକାରୀ ଅଧିକାରୀ ସୌମେନ୍ଦ୍ର ବିଶ୍ୱାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଡିଓ ଶରତ ମାଝୀ,ସାଂସଦ ଙ୍କ ପ୍ରତିନିଧି ଜେ ରାଜ ଶେଖର ରାଓ ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ବରିଷ୍ଠ ବିଜେଡି ନେତା ଏମ ଆପ୍ପା ରାଓ ,ବରିଷ୍ଠ ବିଜେପି ନେତା ଦିବାନ ସିଂ , ନରେଶ ସିଂ ଓ ଜି କିରଣ ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ତଥା ବିଧାୟକ ଶ୍ରୀ ରନ୍ଧାରି ଆଜିକାଲି ଚାଷୀ ମାନେ ଏକକ ଚାଷ କରୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ହେଲେ କ୍ଷତି ର ସମ୍ଭାବନା ସୃଷ୍ଟି ଥିବାରୁ କ୍ଷତି ରୁ ରକ୍ଷା ପାଇବା ପାଇଁ ସମ୍ମନିତ ଚାଷ ପ୍ରଣାଳୀ ଅବଲମ୍ବନ କରିବାକୁ କହିଥିଲେ। ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଏହାର ଲାଭ ଉଠାଇବାକୁ କହିଥିଲେ। ଏହି ଅବସରରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଚାଷୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାଗଣା ଚଣା ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.