ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ମହେନ୍ଦ୍ରଗିରି ପର୍ବତ ଉପରେ ବନ ବିଭାଗ ପକ୍ଷରୁ ଇକୋ ଟୁରିଜିମ୍ ସେଣ୍ଟର ଖୋଲା ଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ୍ . ଆନନ୍ଦ।
ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ସହିତ ମହେନ୍ଦ୍ରଗିରି ପର୍ବତର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ମହେନ୍ଦ୍ରଗିରି ପର୍ବତ ହେଉଛି ଏକ ଦର୍ଶନୀୟ ସ୍ଥାନ। ବହୁ ପୁରାତନ କାଳରୁ ଏହି ପର୍ବତ ରହିଛି।
ବର୍ତ୍ତମାନ ଇକୋ ଟୁରିଯଜିମ୍ ସେଣ୍ଟର ଖୋଲା ଯାଇଥିବାରୁ ପର୍ଯ୍ୟଟକ ମାନେ ନିଜ ପରିବାର ସାଙ୍ଗ ସାଥୀଙ୍କ ସହ ଆସି ବୁଲି ଯାଇପାରିବେ।ଇକୋ ଟୁରିଜିମ୍ ସେଣ୍ଟର ଖୋଲା ଯାଇଥିବାରୁ ସେଠାରେ ରହିବା ସୁବିଧା ଓ ଖାଇବା ପିଇବା ସୁବିଧା ରହିଛି। ବର୍ତ୍ତମାନ ପର୍ଯ୍ୟଟକ ମାନେ ଅନ ଲାଇନ ମାଧ୍ୟମରେ ବୁକିଙ୍ଗ କରି ଆସି ଇକୋ ଟୁରିଜିମ୍ ସେଣ୍ଟରର ମଜା ନେଇ ପାରିବେ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ୍ . ଆନନ୍ଦ।
Sign in
Sign in
Recover your password.
A password will be e-mailed to you.
Next Post