ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

6

ପଦ୍ମପୁର :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଶିକ୍ଷା କ୍ଷେତ୍ରରେ ୨୩ ତାରିଖରେ ଅନୁଷ୍ଠିତ ଇଣ୍ଟରନେସନାଲ କନ୍‌ଫରମେଣ୍ଣ୍ଟ ସେରେମନିରେ ୱାସିଂଟନ୍ ଡିଜିଟାଲ ୟୁନିଭରସିଟି ରୁ ସମ୍ମାନଜନକ ଭାବରେ ଡକ୍ଟରେଟ ଉପାଧି ପାଇଥିବା ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କୁ ଆଜି ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶିକ୍ଷା ବିକାଶ ସମିତି ବିଦ୍ବତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗ ଦେଇ ମାର୍ଗଦର୍ଶନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ର ଚୈତନ୍ଯ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

Leave A Reply

Your email address will not be published.