ଦେଢ ଏକର ଜମି ର ଧାନ ଗଦାରେ ନିଆ ଲାଗି ପୋଡି ପାଉଁଶ

6

 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅନ୍ତର୍ଗତ ସାନ କୋଇଲାରି ଗ୍ରାମ ର ଚାଷୀ ଚନ୍ଦ୍ର ମାଝୀ ଙ୍କ ଦେଢ ଏକର ଜମି ର ଆଜି ଦିନ ୧ ଘଣ୍ଟ ସମୟରେ ଧାନଗଦା ରେ ନିଆ ଲାଗି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଧାନ ଗଦା ର ନିଆ ଲିଭାଇଆବାକୁ ଯାଇଥିଲେ ସୁଦ୍ଧା ସଂପୂର୍ଣ୍ଣ ଧାନ ଗଦା ପୋଡି ପାଉଁଶ ହୋଇଯାଇଥିଲା। ସାନ କୋଇଲାରି ଗ୍ରାମ ର ଚାଷୀ ଚନ୍ଦ୍ର ମାଝୀ ନିଜ ଦେଢ ଏକର ଜମିରେ କରିଥିବା ଧାନ ଚାଷ ଅମଳ ପରେ ଘର ନିକଟ ଜମିରେ ଗଦା କରି ରଖିଥିଲେ। ତେବେ ଆଜି ଦିନ ଏକ ଘଣ୍ଟ ସମୟରେ ଚାଷୀ ଚନ୍ଦ୍ର ମାଝୀ ନିଜ ଘରେ ଥିବା ସମୟରେ ଧାନ ଗଦା ରେ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଆସି ଦେଖିବା ବେଳକୁ ଧାନ ଗଦାରେ ହୁତୁ ହୁତୁ ହୋଇ ନିଆଁ ଲାଗୁଛି। ତୁରନ୍ତ ଚନ୍ଦ୍ର ମାଝୀ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ ସୁଦ୍ଧା ଅଗ୍ନିଶମ କେନ୍ଦ୍ରର ଯାନ ଖରାପ ଯୋଗୁ ପାପଡାହାଣ୍ଡି ଅଗ୍ନିଶମ କେନ୍ଦ୍ରର ଯାନ ଆସି ଧାନ ଗଦା ର ନିଆ କୁ ଆୟତ କରିଥିଲେ। ତେବେ ଖବର ଦେବାର ଦେଢ ଘଣ୍ଟା ବିଳମ୍ବ ଘଟି ଦମକଳ ଗାଡି ପାପଡାହାଣ୍ଡି ରୁ ଆସି ଵାରୁ ଚାଷୀ ଙ୍କ ଧାନ ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଥିଲା। ବର୍ଷ ତମାମ ସଞ୍ଚୟ କରି ରଖିଥିବା ଅର୍ଥ ଧାନ ଜମି ରେ ଲଗାଇ ଅମଳ ପରେ ଅର୍ଥ ପାଇବାକୁ ଆଶା ରଖିଥିବା ଚାଷୀ ଚନ୍ଦ୍ର ମାଝୀ ସର୍ବହରା ହୋଇ ପଡିଛନ୍ତି। ପ୍ରଶାସନ ତରଫରୁ ଚାଷୀ ଚନ୍ଦ୍ର ମାଝୀ ଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Leave A Reply

Your email address will not be published.