ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୭/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅବକାରୀ ବିଭାଗ ର କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ଜଣେ ବ୍ୟକ୍ତି କୁ ବେନିୟମ ଦେଶୀ ମହୁଲି ମଦ ନେଉଥିବା ସମୟରେ ଗିରଫ କରିଛନ୍ତି । ଗିରଫ ଆସାମୀ ଡାବୁଗାଁ ଅବକାରୀ ଥାନା ଅଞ୍ଚଳ ଟୁଟିଗୁଡା ଗ୍ରାମ ର ଡମୁଧର ଭତରା (୩୦) ବୋଲି ଜଣା ପଡିଛି।ଏ ନେଇ ଆସାମୀ ଡମୁଧର ଭତରା କୁ ଅବକାରୀ କେଶ ନମ୍ବର ୧୫୨/୨୪/୨୫ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଡାବୁଗାଁ ଅବକାରୀ ସହ ଉପ ନିରୀକ୍ଷକ ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ ଡାବୁଗାଁ ଅବକାରୀ ଥାନା ଅଞ୍ଚଳ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିଲେ। ତେବେ ଦିନ ୧୦ ଘଣ୍ଟ ୩୦ ମିନିଟ ସମୟରେ ଟୁଟିଗୁଡା ଗ୍ରାମ ର ଡମୁ ଧର ଭତରା(୩୦) ବେଆଇନ ଭାବେ ପ୍ଲାଷ୍ଟିକ ଜାର୍କୀନ ରେ ୧୨ ଲିଟର ଦେଶି ମହୁଲି ମଦ ନେଉଥିବା ସମୟରେ ଅବକାରୀ କର୍ମଚାରୀ ସନ୍ଦେହ ରେ ଡମୁଧର କୁ ଅଟକାଇ ପଚରା ଉଚୁରା କରିବା ପରେ ସେଠାରେ ଦେଶି ମହୁଲି ମଦ ଚୋରାରେ ନେଉଥିବା ଜଣା ପଡ଼ିଥିଲା। ଆସାମୀ କୁ ଅବକାରୀ କର୍ମଚାରୀ ଗିରଫ କରିଥିଲେ। ଏହି ପେଟ୍ରୋଲିଂ ସମୟରେ ଡାବୁଗାଁ ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ,ସୁରେଖା ଭତରା ଓ ଗୌତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.