ପ୍ରଧାନଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କୁ ଡକ୍ଟରେଟ୍ ଉପାଧି ଲାଭ।

6

ପଦ୍ମପୁର :- ରାଜ୍ୟର ସର୍ବଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ପାଇକମାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଗୋଆରେ ଗତ ୨୩ ତାରିଖରେ ଅନୁଷ୍ଠିତ ଇଣ୍ଟରନେସନାଲ କନ୍ଫର୍ମେଣ୍ଟ ସେରେମନିରେ ୱାଶିଂଟନ ଡିଜିଟାଲ ୟୁନିଭର୍ସିଟୀରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଛନ୍ତି । ତାଙ୍କର ଶିକ୍ଷା ପ୍ରତି ଅବଦାନ, ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା, ବିଦ୍ୟାଳୟର ଶୈକ୍ଷିକ ମାନବୃଦ୍ଧି ଓ ସୌନ୍ଦର୍ଯ୍ୟକରଣ, ପର୍ଯ୍ୟାବରଣ ତଥା ପରିବେଶ କ୍ଷେତ୍ରରେ ଅନେକ ସଚେତନତା କାର୍ଯ୍ୟକ୍ରମ ପାଇଁ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଦିଗମ୍ବର କାମତ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଜଗତାପଙ୍କଠାରୁ ଉପାଧି ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଆଦର୍ଶ ବିଜ୍ଞାନ ଶିକ୍ଷକ , ରାଜ୍ୟ ଶ୍ରେଷ୍ଠ ଶିକ୍ଷକ, ଜାତୀୟସ୍ତରରେ ଆଦର୍ଶ ପ୍ରଧାନଶିକ୍ଷକ, ଗୋପବନ୍ଧୁ ଜ୍ୟୋତି ସମ୍ମାନ ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ଏକାଧିକ ପୁରସ୍କାର ପାଇଛନ୍ତି। ଶ୍ରୀଯୁକ୍ତ ପଧାନଙ୍କ ଏହି ସଫଳତା ପାଇଁ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିତ୍ରଭାନୁ କଚ୍ଛପ, ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ, ବିଦ୍ୟାଳୟର ଆଲୁମିନୀ ଓ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ ତଥା ପରିବାରବର୍ଗ ତାଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.