ପଦ୍ମପୁର :- ରାଜବୋଡାସମ୍ବର ବ୍ଲକ ପରିସରରେ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା ଙ୍କ ତତ୍ୱାବଧାନ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ପଞ୍ଜିକୃତ ୬୨୧ ଜଣ ହିତାଧିକାରୀ ଙ୍କ ମଧ୍ୟରୁ ୨୧୧ଜଣ ଚଳନ ବାଧିତ, ୧୧୪ ଜଣ ଶ୍ରବଣ ବାଧିତ, ୫୧ ଜଣ ମାନସିକ ବିକାରଗ୍ରସ୍ତ, ୮୩ ଜଣ ଦୃଷ୍ଟି ବାଧିତ, ୧୪ ଜଣ ମେଡ଼ିସିନ, ୬୨ ଜଣ ବସ ପାସ, ୭୦ ଜଣ ଶ୍ରବଣ ଉପକରଣ ପାଇଁ ଆବେଦନ କରିଥିଲେ l ୧୬ ଜଣ ଙ୍କୁ ଉପକରଣ ବଣ୍ଟନ କରାଯାଇଥିଲା l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମିତ କୁମାର ମେହେର, ସହାୟକ ସନ୍ତୋଷ କୁମାର ବେହେରା, ରମେଶ ଚନ୍ଦ୍ର ବରିହା, ଅବିନାଶ ବହିଦାର ଙ୍କ ସମେତ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ଗଣ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.