ଆମ୍ବପୁଆ ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ

6

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଅନାସ୍ଥା ଭୋଟ୍ ରେ ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ପଂଚାୟତ ପୂର୍ବତନ ସରପଞ୍ଚ ନଳିନୀ ବେହେରା ପଦବୀ ହରାଇବା ପରେ ଆଜି ଆମ୍ବପୁଆ ପଂଚାୟତର ନାଏବ ସରପଞ୍ଚ ଶିବ ଶଙ୍କର ସେଠୀ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ପଦବୀ ଗ୍ରହଣ ପରେ ପଂଚାୟତର ରାସ୍ତାଘାଟ,ମନରେଗା କାର୍ଯ୍ୟକ୍ରମ, ଆଦର୍ଶ ଗୁହାଳ ନିର୍ମାଣ ଭଳି କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ସରପଞ୍ଚ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି I ଆଜି ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ,ବିଏଫଟି ରିତାଞ୍ଜଳି ପରିଡ଼ା ,ପଂଚାୟତ ପିଇଓ ସୂର୍ଯ୍ୟନାରାୟଣ ସାହୁ ,ଏଡ଼ିଇଓ ସରୋଜ କୁମାର ନାୟକ ,ସମସ୍ତ ୱାର୍ଡ୍ ସଭ୍ୟ,ବିଜେପି ଯୁବ ମୋର୍ଚା ସଭାପତି କୃଷ୍ଣଚନ୍ଦ୍ର ସାହୁ,ପଂଚାୟତ ସଭାପତି ସୁଜିତ୍ କୁମାର ବାରିକ,ପୂର୍ବତନ ସମିତିସଭ୍ୟ କଂଗ୍ରେସ୍ ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋବର୍ଦ୍ଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.