ପାଇକମାଳ ହାଇସ୍କୁଲ ରେ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ

5

ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ଭାରତ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ମାନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି। ପାନୀୟ ଜଳ ପ୍ୟାକେଜ ବିଷୟରେ ପ୍ରତିଯୋଗିତା ରେ ୬୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ୱର ଶାଖା ର ମାଷ୍ଟର ଟ୍ରେନର ରଞ୍ଜନ କୁମାର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବବିତା ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ସାଧନ କର୍ମୀ ଖିତେଶ ନାୟକ ଲଳିତ କୁମାର ବିଶ୍ବାଳ ମଞ୍ଚାସୀନ ଥିଲେ।ପ୍ରଥମ ସ୍ଥାନ ରେ ବର୍ଷାରାଣୀ ପ୍ରଧାନ ଓ ଭାରତୀ ସାହୁ ଙ୍କୁ ୧୦୦୦ , ଦ୍ଵିତୀୟ ନହିଦ ପ୍ରବିନ ଓ ସାକ୍ଷୀ ବେହେରା ଙ୍କୁ ୭୫୦,ତୃତୀୟ ଝିଲି ମହାପାତ୍ର ଓ ଶିଖା ପ୍ରଧାନ ଙ୍କୁ ୫୦୦ ତଥା ଚତୁର୍ଥ ସ୍ଵସ୍ତିକ ରଞ୍ଜନ ଭୋଇ ଓ ଖିଲେଶ ବାରିକ ଙ୍କୁ ୨୫୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.