
ପଦ୍ମପୁର:- ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ଆୟୋଜିତ ହୋଇଥିଲା। ପାଠଚକ୍ରର ଶୀର୍ଷକ ‘ ଭାରତ ସମ୍ବିଧାନ : ଏକ ବିଶ୍ଳେଷଣ ‘ ବିଷୟରେ ଯୁକ୍ତ ତିନି ପ୍ରଥମ , ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ତାଙ୍କର ନିବନ୍ଧ ଉପସ୍ଥାପନ କରିଥିଲେ । ମୁକେଶ, ଛବିନ୍ଦ୍ର, ଧନଞ୍ଜୟ, ବିଦ୍ୟାରାଣୀ, ତନୁ, ମୋନାଲିସା ଏବଂ ରୀକି ଆଦି ଛାତ୍ରଛାତ୍ରୀମାନେ ତାଙ୍କର ମନ୍ତବ୍ୟ ଉପସ୍ଥାପନ କରିଥିଲେ ଓ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀମତୀ ଶର୍ମିଲା ପଣ୍ଡା ସମ୍ବିଧାନ ଦିବସର ମହତ୍ତ୍ଵ ଓ ସମ୍ବିଧାନର ଗୁରୁତ୍ବ ବିଷୟରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ ସିଦାର, ଭୁବନେଶ୍ୱର ବରିହା, ବିପିନ ପାଇକ ନିଜସ୍ୱ ମନ୍ତବ୍ୟ ପ୍ରଦାନ କରିଥିଲେ। ସଭାଶେଷରେ ଛାତ୍ରୀ ରିକି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post