ପୌର ପାଳିକା ପାଳିଲା ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ।

5

 ବାସୁଦେବପୁର – ପୌର ପାଳିକା ବାସୁଦେବପୁର ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଵର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହୋଇ ଯାଇଛି। ପୌର ଅଧ୍ୟକ୍ଷା ନିବେଦିତା ବେହେରା ଙ୍କ ନେତୃତ୍ୱ ରେ ସକାଳ ଠାରୁ ସଂଧ୍ୟା ଯାଏଁ ବିଭିନ୍ନ କାର୍ଯ୍ୟ କର୍ମ ଆୟୋଜନ କରାଯାଇଛି। ସକାଳ ଗଣ ଦୌଡ଼ ରୁ ଆରମ୍ଭ କରି ପତାକା ଉତ୍ତୋଳନ ସହ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସ। ସଂଧ୍ୟା ସମୟ ରେ ମୁଖ୍ୟ ଅତିଥି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ବିଧାୟକ ଅଶୋକ କୁମାର ଦାସ ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ ଙ୍କ ଉପସ୍ଥିତି ରେ ପୌର ପାଳିକା ର ନୂତନ ଗୃହ ଉଦ୍ ଘାଟନ କରା ଯାଇଥିଲା। ପରେ ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଆୟୋଜିତ ସଭା କାର୍ଯ୍ୟ ରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ଅଶୋକ କୁମାର ପ୍ରଧାନ, ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ।   ବିଭିନ୍ନ ସମସ୍ୟା ସମ୍ପର୍କରେ ଯଥା ଆଇରନ ବୋଝେଇ ଗାଡ଼ି ଯୋଗୁ ଘଟୁଥିବା ଦୁର୍ଘଟଣା, ରାସ୍ତା ଘାଟ ସମସ୍ୟା, ଡ୍ରେନେଜ୍ ସମସ୍ୟା ଓ ଏକ ଗୋଶାଳା ର ଆବଶ୍ୟକତା ସମ୍ପର୍କ , ରେ ଆଲୋଚନା କରି ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।

Leave A Reply

Your email address will not be published.