ଭୁବନେଶ୍ୱର : ଆଜି ବିଳମ୍ବିତ ସନ୍ଧ୍ୟାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ DIG( SWR)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢ଼ଉ କରିଛି। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ 29 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିବା ସହ 80 ଜଣଙ୍କୁ ଗିରଫ କରିଛି। ଏହାସହ 74ଟି ମୋବାଇଲ ଫୋନ ଏବଂ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.