ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପହ୍ମପୁର ର ଅଭିଭାବକ ବୈଠକ ଅନୁଷ୍ଠିତ ।

5

ପଦ୍ମପୁର:- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଶିକ୍ଷା ବିକାଶ ସମିତି,ବିହ୍ଵତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଶିଶୁମାନଙ୍କ ଶୈକ୍ଷିକ ବିକାଶ ଦିଗରେ ପିତାମାତା ଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଅନ୍ୟତମ ଅତିଥି ଭାବରେ ଶ୍ରୀପୁକ୍ତ ଶେଷଦେବ ସାହୁ ଯୋଗଦେଇ ଶିଶୁମାନଙ୍କ ପାଇଁ APAAR lD ବିଷୟରେ ଅଭିଭାବକ ମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଉପ ସଭାପତି ଶ୍ରୀଯୁକୁ ଗୋପାଳକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ୨୦୫ଜଣ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.