ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଶ୍ରୀ ସତ୍ୟସାଇ ସେବା ସମିତି ତରଫ ରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଅଛି ।ଦୁଇ ଦିନ ଧରି ଏହି ମହୋତ୍ସବ ପାଳିତ ହୋଇଥିଲା ।୨୨ ତାରିଖ ଦିନ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଶତାଧିକ ଆଶ୍ରିତ ସ୍ୱାମୀଙ୍କୁ ଏକ ସୁସଜ୍ଜିତ ରଥରେ ଏକ ଆଧ୍ୟାତ୍ମିକ ପରିବେଶରେ ସଜାଇ ନଗର ପରିକ୍ରମା କରିଥିଲେ । ନଭେମ୍ବର ୨୩ ସାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରାତଃ ରେ
ଓଁ କାର, ସୁପ୍ରଭାତମ୍,ନଗର ସଂକୀର୍ତ୍ତନ ହୋଇଥିଲା ।ସକାଳ ସମୟ ରେ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର ପ୍ରଶାନ୍ତି ପତାକା ଉତ୍ତୋଳନ କରିଥିଲେ ପରେ ସତ୍ୟ ସାଇ ସେବା ସମିତିରେ ପୂଜା,ହୋମ , ଭଜନ ଆଦି କାର୍ଯ୍ୟକ୍ରମ ହୋଇଥିବା ବେଳେ ବହୁ ସାଇ ଭକ୍ତ ବାବାଙ୍କ ମହିମା ସହିତ ଅନୁଭୁତି ବର୍ଣ୍ଣନା କରିଥିଲେ । ସ୍ବାମୀ ସତ୍ୟ ସାଇ ନିଜ ଦିବ୍ୟ କାଳରେ କିପରି ସ୍ନେହ,ପ୍ରେମ ଓ ସେବା ଦ୍ୱାରା ସମଗ୍ର ବିଶ୍ୱକୁ ଏକାକାର ରଖିବାକୁ ଉପଦେଶ ଦେଉଥିଲେ ବିଭିନ୍ନ ଭକ୍ତ ଆଲୋକପାତ କରିଥିଲେ । ଜାତିଗତ ନିର୍ବିଶେଷରେ କେବଳ ମାନବତା ହିଁ ସମଗ୍ର ବିଶ୍ୱକୁ ବାନ୍ଧି ରଖିବ ବୋଲି ସତ୍ୟ ସାଇବାବା ବାଣୀ ପ୍ରଚାର କରୁଥିଲେ ତାହା ଆଜି ମଧ୍ୟ ବିଭିନ୍ନ ସତ୍ୟ ସାଇ ସେବା ସମିତି ଦ୍ୱାରା ପ୍ରଚାରିତ ହେଉଛି । କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନରେ ନାରାୟଣ ସେବା,ପ୍ରସାଦ ସେବନ, ସଂଧ୍ୟାରେ ୯୯ ପ୍ରଦୀପ ପ୍ରଜ୍ବଳନ,ସତ୍ ସଙ୍ଗ,ଝୁଲା ଭଜନ ଓ ମଙ୍ଗଳ ଆଳତୀ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଆବାହକ ବିଷ୍ଣୁ ଚରଣ ପାଢୀ, ଜିଲ୍ଲା ସଂଯୋଜକ ମଧୂସୁଦନ ମହାପାତ୍ର,ଯୁବ ସଂଯୋଜକ ଦିନେଶ ପାତ୍ର, ଆଧ୍ୟାତ୍ମିକ ସଂଯୋଜକ ଅମର ନାଥ ପାତ୍ର,ରବି ନାରାୟଣ ପାତ୍ର, ଗୌରୀ ଶଙ୍କର ପତି, ବିବେକାନନ୍ଦ ବିଷୋୟୀ ପରିଚାଳନା କରିଥିବା ବେଳେ ସମେତ ଶତାଧିକ ଭକ୍ତ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.