
ନବରଙ୍ଗପୁର ତା ୨୪.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ମାଝିଗୁଡ଼ା ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ଉଦ୍ଘାଟନ ହୋଇଯାଇଛି।ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ ଡ଼ାବୁଗାଁ ମନୋହର ରନ୍ଧାରୀ ,ଅନ୍ୟତମ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିନିଧି ରମେଶ ସାହୁ,ମାନ୍ୟବର ସାଂସଦ ପ୍ରତିନିଧି ଜଗଦୀଶ ଚନ୍ଦ୍ର ବିଶୋଇ, ଉପ ନିର୍ଦେଶକ ମତ୍ସ୍ୟ ବିଭାଗ ଅରୁଣ ବେହେରା,ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ପ୍ରମୁଖ ମଞ୍ଚାଶିନ ଥିଲେ। ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାକୁ ରିବନ କାଟି ଉଦ୍ଘାଟନ କରିଥିଲେ ଏବଂ ସମସ୍ତ ଅତିଥିଗଣଙ୍କ ସହ ବିଭିନ୍ନ ଉନ୍ନତ କିସମର ଗାଈ, ଗୋଖାଦ୍ୟ ପାଇଁ ସବୁଜ ଘାସ,ଛେଳି,କୁକୁଡ଼ା,ବତକ, ମାଛ, ମାଛ ଜାଆଁଳା କୁଣ୍ଡ,ତର୍କୀ ଜାତୀୟ ପକ୍ଷୀ କୁ ପରିଦର୍ଶନ କରିଥିଲେ।ମେଳା ରେ ଉଦ୍ୟାନ କୃଷି ,ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା,ଜିଲ୍ଲା ସମାଜ ମଙ୍ଗଳ,ଜିଲ୍ଲା ଶିଳ୍ପ କେନ୍ଦ୍ରର ଷ୍ଟଲ ସହ ବ୍ୟବସାୟିକ ଷ୍ଟଲ ମିଲ୍କିୟାନା ପଶୁ ଆହାର,ଛେଳି ଚାଷ ପାଇଁ ହର୍ଷ ଟ୍ରଷ୍ଟ,,ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ କେନ୍ଦ୍ର, ପାଣିପମ୍ପ ଷ୍ଟଲ ପରିଦର୍ଶନ କରିଥିଲେ।
ମଞ୍ଚରେ ପୂଜାର୍ଚ୍ଚନା ପରେ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ରାଧେଶ୍ୟାମ ଲାଇକ ସମସ୍ତଙ୍କୁ ସ୍ଵାଗତ କରିବା ସହ ମେଳା ରେ ପ୍ରଦର୍ଶିତ ବିଭିନ୍ନ ଯୋଜନା ସମର୍କରେ ସୁଚନା ଦେଇଥିଲେ। ଏହାପରେ ଓଡ଼ିଶା ର ରାଷ୍ଟ୍ର ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା।ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ନିଜ ବକ୍ତବ୍ୟରେ ଜିଲ୍ଲା ର ଉପସ୍ଥିତ ସମସ୍ତ ଚାଷୀ ଙ୍କୁ କେବଳ ଧାନ, ବିରି,ମୁଗ ଭଳି ଶସ୍ୟ ଅମଳ ଉପରେ ଧ୍ୟାନ ନ ଦେଇ ଗାଈ,ଛେଳି,କୁକୁଡ଼ା,ବତକ, ମାଛ , ଘୁଷୁରୀ ଚାଷ କରି ସରକାରଂକ ମତ୍ସ୍ୟ ଓ ପ୍ରାଣସମ୍ପଦ ସମ୍ପର୍କିତ ବିଭିନ୍ନ ଲାଭକାରୀ ଯୋଜନା, ସବସିଡି ପାଇ ଲାଭବାନ ହେବା ସହ ଜିଲ୍ଲାର ବିକାଶରେ ସହଭାଗୀ ହୁଅନ୍ତୁ ବୋଲି କହିଥିଲେ।ମେଳାରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା,ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଉପରେ ବିଶେଷ ଭାବରେ ଲୋକମାନଙ୍କୁ ଲିଫ୍ଲେଟ୍ ଓ ସୁଚନା ପ୍ରଦାନ କରାଯାଇଥିଲା । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶର ସଫଳ କାହାଣୀକୁ ଏଲ ଇ ଡି ସ୍କ୍ରିନ୍ ମାଧ୍ୟମରେ ସମସ୍ତେ ଦେଖିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ସରକାର ଙ୍କ ବିଭିନ୍ନ ସ୍କିମ ର ସାହାଯ୍ୟ ନେଇ ଆର୍ଥିକ ଉନ୍ନତି କରିଥିବା ବ୍ୟକ୍ତିବିଶେଷ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୁ ପ୍ରମାଣପତ୍ର, ମୋମେଣ୍ଟୋ ଓ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଛେଳି ଚାଷ ପାଇଁ ଉମରକୋଟ ବ୍ଲକ ଅନ୍ତର୍ଗତ ତାଳପଦର୍ ଗ୍ରାମର ଯୁଧିଷ୍ଟିର ସୁନା, ବ୍ରଏଲର୍ ୟୁନିଟ୍ ପାଇଁ କୋଷଗୁମୁଡ଼ା ବ୍ଲକର ମୋଟୀ ଗାଁର ମା କଲାଧରିନି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , ମାଛ ଜାଆଁଳା ଉତ୍ପାଦନ ପାଇଁ ଉମରକୋଟ ବ୍ଲକ୍ ର ଚିକଲପଦର ଗ୍ରାମର ସୁଖରଞ୍ଜନ ଦାସ ଏବଂ ମାଛ ଚାଷ ପାଇଁ ଚନ୍ଦାହାଣ୍ଡି ବ୍ଲକର ଶ୍ରୀ ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କୁ ପୂରସ୍କୃତ କରାଯାଇଥିଲା।ସଭାରେ ପ୍ରାୟ ସମସ୍ତ ବ୍ଲକ ରୁ ମତ୍ସ୍ୟ ଓ ପଶୁପାଳନ ଉପରେ ବିଶେଷ ଆଗ୍ରହ ଥିବା ଚାଷୀ ନିଜକୁ ପଂଜିକୃତ କରିଥିଲେ ଏବଂ ବିଭିନ୍ନ ସ୍କିମ୍ ଉପରେ ଅଧିକାରୀ ଙ୍କ ଠାରୁ ବୁଝିଥିଲେ।ସଭାରେ ଚାଷୀ ମାନଙ୍କ ବ୍ୟତୀତ ସରକାରୀ ଅଧିକାରୀ ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର , ଡି ଆଇ ପି ଆର୍ ଓ ମନୋଜ ବେହେରାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ସଭା ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.