ପଦ୍ମଶ୍ରୀ ଗଣେଷ ଦେବୀ ଦେବେ ରବି ରାୟ ସ୍ମାରକୀ ବକ୍ତୃତା

4

ଭୁବନେଶ୍ୱର (୨୩/୧୧) : ଦେଶର ବିଶିଷ୍ଟ ଭାଷା ବିଜ୍ଞାନୀ ତଥା ସାହିତ୍ୟ ସମାଲୋଚକ ଓ ଚିନ୍ତାନାୟକ ପଦ୍ମଶ୍ରୀ ଗଣେଶ ଦେବୀ ରବି ରାୟ ସ୍ମୃତି କମିଟି ଓ ଲୋହିଆ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ ଆଗାମୀ ନଭେମ୍ବର ୨୫ ତାରିଖ ସୋମବାର ସନ୍ଧ୍ୟାରେ ଲୋକସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ସମାଜବାଦୀ ନେତା ରବି ରାୟଙ୍କ ୯୮ତମ ଜୟନ୍ତୀ ଅବସରରେ ଅଷ୍ଟମ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ଭାରତ : ଏକ ଭାଷାଭିତ୍ତିକ ସଭ୍ୟତା ଶୀର୍ଷକ ସ୍ମାରକୀ ବକ୍ତୃତା ଦେବା ବେଳେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ବିଜୟ କୁମାର ଦ୍ଵିବେଦୀଙ୍କୁ ରବି ରାୟ ଲୋକଶକ୍ତି ସମ୍ମାନରେ ସମ୍ମାନିତ କରାଯିବ। ଏହି ସଭାରେ ବହୁ ସଂଖ୍ୟାରେ ଯୋଗଦେବାକୁ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ନିବେଦନ କରିଛନ୍ତି।

 

 

Leave A Reply

Your email address will not be published.