ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀଙ୍କ ବଡ଼ବିଲ ଗସ୍ତ – ପ୍ରଦୂଷଣ ଓ ସ୍ଥାନୀୟ ନିଯୁକ୍ତି ନେଇ ସମୀକ୍ଷା

6

ବଡବିଲ (ଶାସକ ପ୍ରଶାସକ) ଜଙ୍ଗଲ, ପରିବେଶ ତଥା ଶ୍ରମ କର୍ମଚାରୀ ରାଜ୍ୟ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବାବେଳେ ବଡବିଲ ସ୍ଥିତ ରାଜ୍ୟ ଖଣି ନିଗମର ଅତିଥି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକ ରେ ସେ ବିଭିନ୍ନ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିଥିବାବେଳେ ବିଶେଷ କରି ଖଣି ଏବଂ କାରଖାନା ପାଇଁ ଏ ଅଞ୍ଚଳ ଅତ୍ୟଧିକ ପ୍ରଦୂଷିତ ହେଉଥିବାରୁ ସେ ଚିନ୍ତା ପ୍ରକଟ କରିଥିଲେ । ଆଗାମୀ ଦିନରେ ଧୂଳି ଓ ଧୂଆଁ ପ୍ରଦୂଷଣକୁ କେମିତି ନିୟନ୍ତ୍ରିତ କରାଯାଇପାରିବ ଏବଂ ନୂତନ ଜ୍ଞାନ କୌଶଳ ଓ ଆଧୁନିକ ଯନ୍ତ୍ର ବ୍ୟବହାର କରି କିପରି ଏକ ସବୁଜ ବଳୟ ସୃଷ୍ଟି କରାଯାଇପାରିବ ସେ ନେଇ ଅଞ୍ଚଳର ବିଭିନ୍ନ ଖଣି, କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଏହି ବୈଠକରେ କେନ୍ଦୁଝର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଜିଲ୍ଲା ବନ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଚମ୍ପୁଆ ଉପଜିଲ୍ଲାପାଳ, ବଡବିଲ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଡା ଖଣି ଉପନିର୍ଦ୍ଦେଶକ, ଓଡିଶା ଖଣି ନିଗମର ଆଞ୍ଚଳିକ ପରିଚାଳନା ଅଧିକାରୀ, ସ୍ଥାନୀୟ ପ୍ରଶାସନ, ବିଭିନ୍ନ କାରଖାନା ଏବଂ ଖଣିର ପଦାଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.