ଜିଲ୍ଲାସ୍ତରୀୟ ଇଭିଏମ ଭିଭିପାଟ ସଚେତନତା ଅଭିଯାନର ହେଣ୍ଡସ ଅନ ପ୍ରଶିକ୍ଷଣ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର ହେବାକୁ ଥିବା ଇଭିମେ ଭିଭିପାର୍ଟ ମେସିନର ସଠିକ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ୧୪ ଗୋଟି ଟିମର ସଦସ୍ୟ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଇଭିମେ ଭିଭିପାଟ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ହେଣ୍ଡସ ଅନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆୟୋଜିତ ପ୍ରଶିକ୍ଷଣରେ ମଞ୍ଚାସୀନ ରହି ଏହା ଏକ ଜାତୀୟ ଅଭିଯାନ କାର୍ଯ୍ୟକ୍ରମ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର  ହେବାକୁ ଥିବା ଭିଭିପାଟ ମେସିନ ଉପରେ ତାର ପରିଚାଳନା ଓ ତାର କାର୍ଯ୍ୟ କଣ ଏଥିରେ କଣ ସବୁ ଯନ୍ତ୍ରାଂଶ ରହିଛି ଏଥିରେ କିଭଳି ଭୋଟ ବେଳେ ବ୍ୟବହାର ହେବ ସେ ସମ୍ପର୍କରେ ଗଠିତ ଟିମ ସଦସ୍ୟମାନଙ୍କୁ ପ୍ରଦର୍ଶନ କରାଇ ତାଲିମ ଦିଆଯିବ ।

ଗଠିତ ଟିମ ସଦସ୍ୟମାନେ ମାନସିକ ଭାବେ ଦୃଢ ହୋଇ ଭିଭିପାଟର ସମସ୍ତ ବିଷୟରେ ସଚେତନତା ହୋଇ ସେମାନେ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଯାଇ ଭୋଟର ମାନଙ୍କୁ ସଚେତନ କରାଇବେ ଏବଂ ଆବଶ୍ୟକ ସ୍ଥଳେ ହେଣ୍ଡସ ଅନ ଡେମୋ ପ୍ରଦର୍ଶନ କରାଇବେ । ମୁଖ୍ୟତଃ ଭୋଟର କି ଅନ୍ୟମାନଙ୍କ ମଧ୍ୟରେ ଭିଭିପାଟ ଉପରେ ଯେଭଳି କୌଣସି ସନ୍ଦେହ କି ଦ୍ୱନ୍ଦ ନରହିବ ତାହାହିଁ ଏହି ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

ନିର୍ବାଚନ ବିଭାଗ ଡେପୁଟି କେଲକ୍‍ଟର ଅଚ୍ୟୁତାନନ୍ଦ ଜାନୀ ଯୋଗଦେଇ ଅଭିଯାନ କାର୍ଯ୍ୟକ୍ରମର ତାପùର୍ଯ୍ୟ ଉପରେ କହି  ଏହି ଅଭିଯାନ ଆସନ୍ତା ଜାନୁୟାରୀ ୭ରୁ ଆରମ୍ଭ ହୋଇ ଫେବୃୟାରୀ ୭ ପର୍ଯ୍ୟନ୍ତ ମାସ ବ୍ୟାପି ଗଠିତ ଟିମ ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ଯାଇ ଭୋଟରଙ୍କୁ ଭିଭିପାଟ ଉପରେ ସଚେତନ କରାଇବେ ବୋଲି କହିଥିଲେ ।

ପ୍ରଶିକ୍ଷକ ଭାବେ ଗୋଷାଣୀ ବିଡିଓ ସଂଗ୍ରାମ ପଣ୍ଡା, ଡେପୁଟି କେଲେକ୍‍ଟର ଜୁବୁଲି ବେହେରା , ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ବେହେରା ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ମାଷ୍ଟର ଟ୍ରେନର ଏସ ପଣ୍ଡା ପ୍ରମୁଖ ଯୋଗଦେଇ ଭିଭି ର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଏବଂ ମେସିନ ବ୍ୟବହାର ଉପରେ ଡେମୋ ପ୍ରଦର୍ଶନ କରାଇଥିଲେ ।

 

Leave A Reply

Your email address will not be published.