ବାସୁଦେବପୁର – ସ୍ଥାନୀୟ ମୀରା କଲ୍ ପବ୍ଲିକ ସ୍କୁଲ ପରିସର ରେ ଉତ୍କଳ କେଶରୀ ଡ ହରେକୃଷ୍ଣ ମହତାବ ଙ୍କ ୧୨୬ ତମ ଜୟନ୍ତୀ ପାଳନ ହୋଇ ଯାଇଛି। ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନ ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଦୁଃଶାସନ ରାଉତ ସଭାପତିତ୍ବ କରିଥିବା ବେଳେ ଧାମନଗର ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ବୈ ଲୋଚନ ଜେନା, ତୃପ୍ତି ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ସ୍ନିଧା ରାଣୀ ମହାନ୍ତି ଯୋଗ ଦେଇଥିଲେ। ଉପସ୍ଥିତ ଅତିଥି ଓ ଅନ୍ୟ ଶିକ୍ଷାବିତ୍ ଓ ସମାଜସେବୀ ମାନେ ଡ ହରେକୃଷ୍ଣ ମହତାବ ଙ୍କ ବିଷୟ ରେ ଅନେକ କଥା ଆଲୋଚନା କରିଥିଲେ। ସ୍ରଷ୍ଟା ସୃଷ୍ଟି ପକ୍ଷ ରୁ ନାରାୟଣ ଚନ୍ଦ୍ର ବାରିକ୍ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ବସନ୍ତ କୁମାର ଦାସ, କବି ବିକାସ ଶତପଥୀ, ଶିକ୍ଷାବିତ୍ କମଳା କାନ୍ତ କର, ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର, ପ୍ରହଲ୍ଲାଦ ବାରିକ ଙ୍କ ସହ ବହୁ ଶିକ୍ଷାବିତ୍, ସମାଜସେବୀ, ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.