ବରଗଡ :- ବରଗଡ଼ ଜିଲ୍ଲା ହେଉଛି ଓଡିଶା ବାସୀଙ୍କ ଭାତ ହାଣ୍ଡି । ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ଚାଷୀ ମୁଖ୍ୟତଃ ଧାନ ଚାଷ କରି ନିଜର ଓ ରାଜ୍ୟ ବାସୀଙ୍କୁ ଆହାର ଯୋଗାଇବା ପାଇଁ ଦିନରାତି କଠୋର ପରିଶ୍ରମ କରିଥାନ୍ତି । ଚାଷ କରି ଫସଲ ଅମଳ ହେବା ପରେ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ଫସଲର ସମର୍ଥିତ ମୂଲ୍ୟ ପାଇବା ପାଇଁ ଚାଷୀ ନିଜର ଫସଲ କୁ ମଣ୍ଡି କୁ ଆଣିଥାଏ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ରେ ମଣ୍ଡି ସବୁ ଖୋଲା ଯାଇ ଚାଷୀ ମାନଙ୍କ ଫସଲ କିଣା ଯାଏ । ଚଳିତ ବର୍ଷ ମଧ୍ୟ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ର ଅନେକ ସ୍ଥାନରେ ମଣ୍ଡି ଖୋଲା ଯାଇଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବାର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଆଜି ପ୍ରଥମେ ପଲସଦା ଗ୍ରାମକୁ ଯାଇ ଚାଷୀ , ମଣ୍ଡି ରେ କାମ କରୁଥିବା କର୍ମଚାରୀ , ଯୋଗାଣ ବିଭାଗ ର ଅଧିକାରୀ ଓ ଗ୍ରାମର ମାନ୍ୟଗନ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ , ପୂଜା ପାଠ କରି ମଣ୍ଡି ର ଉଦ୍ଘାଟନ କରିଥିଲେ । ଏହାପରେ ବିଧାୟିକା ଝିଟିକି , ଜାମସେଠ ମଣ୍ଡି କୁ ମଧ୍ୟ ଉଦ୍ଘାଟନ କରି ଆଜି ଠାରୁ ଚାଷୀ ମାନଙ୍କ ଧାନ କିଣିବା ପାଇଁ ଆରମ୍ଭ କରିବା ସହିତ ସମସ୍ତ ମଣ୍ଡି ରେ ଉପସ୍ଥିତ ଚାଷୀ ମାନଙ୍କ ସହିତ ଅନେକ ବିଷୟ ରେ ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଚାଷୀ ଙ୍କର ମନରେ ଥିବା ସନ୍ଦେହ ବାବଦରେ ଅବଗତ କରାଇଥିଲେ । ଯଦି ଭବିଷ୍ୟତରେ ଚାଷୀ ମାନେ ଧାନ ବିକିବା ପାଇଁ ଓ ବିକିବାରେ କୌଣସି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ତେବେ ସେ ସବୁବେଳେ ଚାଷୀ ଭାଇ ମାନଙ୍କ ପାଇଁ ତାଙ୍କ ସହିତ ମିଶି ଲଢେଇ କରିବେ ବୋଲି କହିଛନ୍ତି ବିଧାୟିକା ବର୍ଷା ସିଂ ବରିହା ।
Sign in
Sign in
Recover your password.
A password will be e-mailed to you.