ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

5

ବାଣପୁର: (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗାଲୁଆ ଛକ କେନାଲ ବନ୍ଧ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ବାଣପୁର କବରସ୍ଥାନ ପାର୍ଶ୍ୱରେ ଯାଇଥିବା ନାଳରେ ବ୍ୟକ୍ତିଜଣଙ୍କ ମୃତ ଶରୀର ପଡିରହିଥିବା ବେଳେ ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତ ଶରୀରକୁ ନାଳରୁ ଉଦ୍ଧାର କରିଛନ୍ତି। ତେବେ ବ୍ୟକ୍ତିଜଣକ କିଏ ଏବଂ କିପରି ନାଳରେ ପଡ଼ିଲେ ତାହା ଜଣାପଡ଼ିନାହିଁ। ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.