ଜିଲା ପାଇଁ ଗୌରବ ଆଣିଦେଲେ ରଶ୍ମୀରଂଜନ

0

 

ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ହାସଲ କଲେ  ପିସିଏମ ଉଚ୍ଚ ବିଦ୍ୟାଳୟର ଛାତ୍ର ରଶ୍ମୀରଞ୍ଜନ 

ବାରିପଦା/Dillip Mohanty- ଓଡ଼ିଶା ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ  ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଭୂବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଟିତ ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାରୁ ପ୍ରତିନିଧିତ୍ୱ କରିବା ମୋରଡ଼ା ବ୍ଲକର ଆଣୁଆଁ ପିସିଏମ ଉଚ୍ଚ ବିଦ୍ୟାଳୟର ଛାତ୍ର ରଶ୍ମୀ ରଞ୍ଜନ ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜିଲା ପାଇଁ ଗୌରବ ଆଣିଦେଇଛନ୍ତି । ଉକ୍ତ କୁଇଜ ପ୍ରତିଯୋଗିତାରେ ଓଡ଼ିଶାର ୩୦ଟି ଜିଲାରୁ ୩୦ ଜଣ ଯୋଗ୍ୟ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ରଶ୍ମୀରଞ୍ଜନଙ୍କ ଏହି ସଫଳତା ପାଇଁ ତାଙ୍କ ଗାଇଡ଼ ଶିକ୍ଷକ ବସନ୍ତ କୁମାର ଦତ୍ତ, ଜିଲା ଶିକ୍ଷା ଅଧିକାରୀ ଫୁଲ ମଣି ମୁର୍ମୁ, ଜିଲା ବିଜ୍ଞାନ ପରିଦର୍ଶକ ନଳିନୀକାନ୍ତ ଚୌଧୁରୀ, ମୋରଡ଼ା ବ୍ଲକ ଶିକ୍ଷା ଅଧିକାରୀ ଗଣେଶ୍ୱର ଗିରି, ପିସିଏମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟରାମ ମହାନ୍ତ, ସୁଦର୍ଶନ ପଣ୍ଡା, କେଶବ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ସତ୍ୟ ନାରାୟଣ ନାୟକ, ଅଜିତ ଜେନା, ସମରଜିତ୍ ମହାପାତ୍ର, ଆତସୀ କୁଣ୍ଡୁ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

Leave A Reply

Your email address will not be published.