ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

5

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବିଡିଓ ପ୍ରଫୁଲ୍ଲ କୁମାର ଓଦୁ, ସିଡିପିଓ ବାସନ୍ତୀ ପୁଷ୍ଟା, ଯୋଗଦେଇଥିଲେ। ବିଗତ ବର୍ଷ ର ଆୟ ବ୍ୟୟ ର ହିସାବ ହେବା ସହ ଆଗାମୀ ଦିନରେ ସ୍ଵାସ୍ଥ୍ୟ କେନ୍ଦ୍ର ଉନ୍ନତିକରଣ ବିଷୟରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଏକାଉଣ୍ଟ୍ ମ୍ୟାନେଜର ସୁବ୍ରତ ବିଶ୍ଵାଳ, ସଞ୍ଜୀବ କୁମାର ମେହେର, ରେବତୀ ମୋହନ ଜେନା, ଆଶିଷ କୁମାର ନାୟକ, ଦୀପାଞ୍ଜଲି ସାହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.