ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଗୋଷାଣୀ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଟି. କିଶୋର ଶୁଭ ଆରମ୍ଭ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।
ପୂର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋଷାଣୀ ବାଳକୃଷ୍ଣ ମାଝି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ଲିଙ୍ଗରାଜ ପାଢି ଓ ସୁରଜିତ ନାୟକ ବିଚାରକ ଭାବେ ଯୋଗଦେଇଥିଲେ।
ଏହି ପ୍ରତିଯୋଗିତାରେ ଗୋଷାଣୀ ବ୍ଲକ୍ ର ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବରିଷ୍ଠ ଓ କନିଷ୍ଠ ବିଭାଗ ରେ ସର୍ବମୋଟ ୮୦ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବରିଷ୍ଠ ବିଭାଗରୁ ୬ଟି ପ୍ରକଳ୍ପ ବିଚାରକ ମାନଙ୍କ ଦ୍ଵାରା ମନୋନୀତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି।
ସେହିପରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଆୟୋଜିତ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ଥିବା ଶ୍ରେଷ୍ଟ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଏନ. ବିମଳ ଧନ୍ୟବାଦ୍ ଦେଇଥିବା ବେଳେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଭାଗବତ ପାଢି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.