ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ (ଶାସକ ପ୍ରଶାସକ)ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ+୨ ଜାତୀୟ ସେବାଯୋଜନା ଯୁଗ୍ମ ଶାଖା ଦ୍ଵାରା ୭ଦିନିଆ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ , ଜଳବାୟୁ ସମସ୍ୟା ସମସ୍ତ ଜୀବ ଜଗତର ଭବିଷ୍ୟତ ପାଇଁ ଏକ ଚିନ୍ତାର କାରଣ ପାଲଟି ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବନୀକରଣ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି।ପ୍ରାକୃତିକ ପରିବେଶପୂର୍ଣ୍ଣ ଓଡ଼ିଶା ଓ ଓଡ଼ିଶା ସରକାରଙ୍କ ଜାତୀୟ ସେବାଯୋଜନା ଶାଖା ଚଳିତ ବର୍ଷ ୨ଲକ୍ଷ ୫୦ହଜାର ବୃକ୍ଷରୋପଣ ଓ ସେଗୁଡିକ ବଡ ହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ରଭାବେ ଯତ୍ନ ନେବା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି।ଏହାର ଅଂଶୀଦାର ରୂପେ ସୀମାନ୍ତ ମହାବିଦ୍ୟାଳୟ +୨ ଜାତୀୟ ସେବଯୋଜନା ଶାଖା ୨୦୦ବୃକ୍ଷ ରୋପଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ
ବହନକରି ଅଦ୍ୟାବଧି କଲେଜ ପରିସର,ପୋଷ୍ୟଗ୍ରାମ ଧାନଘେରି ନୂଆ ପୋଖରୀ ହୁଡା, ପ୍ରାଥମିକ ବିଦ୍ୟାଳୟ,ଟ୍ରେଜରି ଅଫିସ୍ ଆଦି ସ୍ଥାନରେ ୨୦୭ଟି ବିଭିନ୍ନ ଚାରାଗଛ ରୋପଣ କରାଯାଇ ସେଗୁଡ଼ିକର ସୁରକ୍ଷା ପାଇଁ ଯେଉଁଠି ବାଡ ଘେର ଆବଶ୍ୟକ ଇଟା ଓ ବାଡ ଘେର କରାଯାଇଛି।ଏହି ସ୍ଵତନ୍ତ୍ର ଶିବିରକୁ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ଓ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟ୍ଟନାୟକ,ଜାତୀୟ ଶେବାଯୋଜନା ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ବସା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ୧୨୦ଜଣ ସ୍ଵେଚ୍ଛାସବୀ ରୋଟେଶନ ଭିତ୍ତିରେ ୭ଦିନ ବୃକ୍ଷରୋପଣ ଶିବିରରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପସଚିବ ତଥା ଜାତୀୟ ସେବାଯୋଜନାର ରାଜ୍ୟ ନୋଡାଲ ଅଫିସର ଡଃ ରମେଶ ଚନ୍ଦ୍ର ବେହେରା ଓ ଏଡିପିଓ ମନୋଜ ରଞ୍ଜନ ଦାସ ଯୋଗଦେଇ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା
କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଝାରପୋଖରିଆ ଟ୍ରେଜେରୀ ଅଫିସର,ବାଙ୍ଗିରିପୋଷି ବନଖଣ୍ଡ ର ବନରକ୍ଷୀ ,ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ,ପୂର୍ବତନ ଜାତୀୟ ସେବଜୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ ଦେବେଶ ଚନ୍ଦ୍ର ହୋତା ,ବିଶିଷ୍ଟ ସମାଜସେବୀ ଓ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ଶାଖାର ସଭାପତି ଶ୍ରୀଯୁକ୍ତ ଶ୍ରୀଯୁକ୍ତ କୁଞ୍ଜ ବିହାରୀ ସେଠୀ, ବିଶିଷ୍ଟ ଶିକ୍ଷାବିତ୍ ଭରତ ଚନ୍ଦ୍ର ମହାନ୍ତ ,ସତ୍ୟସାଇ ସେବା ସଂଗଠନର ସଦସ୍ୟ ଓ ପରିବେଶ ବିତ୍ ଶ୍ରୀଯୁକ୍ତ ଅମିୟ କୁମାର ଦ୍ଵାରି ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ।ଉକ୍ତ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ
ଓ ସମର ଶିକ୍ଷାର୍ଥୀ ବାହିନୀର ଲେଫ୍ଟନାଣ୍ଟ ଅଧ୍ୟାପକ ନିହାର ରଞ୍ଜନ ମହାନ୍ତଙ୍କ ଦ୍ଵାରା ପରିଚାଳିତ ହୋଇଥିଲା ବେଳେ +୩ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶରତ ଚନ୍ଦ୍ର ପଢ଼ିଆରୀ,କନିଷ୍ଠ କିରାଣୀ ନିରଜ ରଞ୍ଜନ ମହାନ୍ତ ସହଯୋଗ କରିଥିଲେ।ସ୍ଵେଚ୍ଛାସେବୀ, ମାତାଲ୍ ମାଝୀ, ଶୁଭମ୍,ଆୟୁଷ,ରିଣ୍ଟୁ, ଅମିତ୍,ମୋହିତ,ଜଗନ୍ନାଥ,କ୍ରିଷ୍ଣା,ଶକ୍ତି ସମୀକ୍ଷା,ଜ୍ୟୋତି,ରୂପାଲି,ଅମ୍ବିକା ଆଦି ସ୍ଵେଚ୍ଛାସେବୀ ମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
Sign in
Sign in
Recover your password.
A password will be e-mailed to you.