ବେଲଗୁଣ୍ଠା –(ଶିବରାମ ଚୌଧୁରୀ )- ପବିତ୍ର ମହାକାର୍ତ୍ତିକ ମାସ ଅବସରରେ ଗଞ୍ଜାମର ପୁରପଲ୍ଲୀରେ ନାମ ସଙ୍କୀର୍ତ୍ତନ ଗୁଂଜରିତ ହେଉଥିବା ବେଳେ ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠା ସହରର ବାଙ୍କ ବଜାରରେ ମଧ୍ୟ ଚବିଶି ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେଉଅଛି । ବାଙ୍କ ବଜାରର ଶ୍ରୀ ଶ୍ରୀ ବାସୁଦେବ ନାମ ସଂକୀର୍ତ୍ତନ ସଙ୍ଘ ଆନୁକୂଲ୍ୟରେ ହେଉଥିବା ଏହି ତୃତୀୟ ଅର୍ଘ ଅଷ୍ଟମ ବାର୍ଷିକ ନାମ ଯଜ୍ଞ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପବିତ୍ର ଅଁଳା ନବମୀରେ ଶୁଭାଧିବାସ,୧୧ ତାରିଖ ଦିନ ଠାରୁ ଅଖଣ୍ଡ ନାମ ଶୁଭାରମ୍ଭ ହୋଇଥିଲା ।ଏହା ମଧ୍ୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ , ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।ନନ୍ଦିଘର ଚଢେୟା ପଲୀର ଦାମୋଦର ପୁରୀ ଙ୍କ ପୌରହିତ୍ୟରେ ହେଉଥିବା ଏହି ପବିତ୍ରୋତ୍ସବ ରେ କୁମ୍ପାପଡା,ଜିରୋଳି,ଗୁଣ୍ଡୁରିବାଡି,ରାମଗଡ ଓ ଖରିଡା ଗ୍ରାମର ସଂକୀର୍ତ୍ତନ ଦଳ ଭାଗ ନେଇ ଭକ୍ତ ମାନଙ୍କୁ ରାମ ରସରେ ମଜାଇ ରଖିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବାସୁଦେବ ନାମ ସଂକୀର୍ତ୍ତନ ସଙ୍ଘର ସମସ୍ତ ସଦସ୍ୟ ଓ ବାଙ୍କବଜାର ସାହି ବାସିନ୍ଦା ସହଯୋଗ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.