କରଣ ସମାଜ ଆର୍ଯ୍ୟଦେବ ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମିପୂଜନ

6

ପଦ୍ମପୁର :- କରଣ ସମାଜ ର ଇଷ୍ଟ ପୂଜ୍ୟ ଦେବତା ଆର୍ଯ୍ୟଦେବ ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କର ମନ୍ଦିର ନିର୍ମାଣ ଓ କରଣ ସମାଜ ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ପଦ୍ମପୁର କରଣ ସମାଜ ତରଫରୁ ଭୂମି ପୂଜନ ଶାସ୍ତ୍ରୀୟ ରୀତି ନୀତି ରେ ଅନୁସାରେ ସମାପନ ହୋଇଯାଇଛି। ସମାଜ ପକ୍ଷରୁ ଗଡଭାଟି ସ୍ଥିତ ଜମିରେ ଆର୍ଯ୍ୟଦେବ ଙ୍କ ର ମନ୍ଦିର ଓ ସମାଜ ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଚଳିତ ବର୍ଷ ଆର୍ଯ୍ୟଦେବ ଙ୍କ ପୂଜ୍ନୋତ୍ସବ ସମୟରେ ସର୍ବ ସମ୍ମତି କ୍ରମେ ଅନୁମୋଦିତ ହୋଇଥିବା ବେଳେ ଶୁଭ ଲଗ୍ନାନୁଯାୟୀ ଆଜି ସମାଜର ସଦସ୍ୟ ଓ ଜମି ଦାତା ଶ୍ରୀ ଆଶିଷ କୁମାର ବହିଦାର ଏବଂ ଶ୍ରୀ ସୀତାରାମ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଭୂମିପୂଜନ କାର୍ଯ୍ୟ ସମାପନ ହୋଇଛି। କରଣ ସମାଜ ର ସଭାପତି ଶ୍ରୀ ଶ୍ରୀରିଶ କୁମାର ବହିଦାର ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପଦ୍ମାଳୟା ବହିଦାର ଙ୍କ ସହ ସପତ୍ନୀକ ସମାଜ ତରଫରୁ କର୍ତ୍ତା ଦାୟିତ୍ୱ ତୁଳାଇ ଥିବା ବେଳେ ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ଙ୍କ ପୌରାହିତ୍ୟ ରେ ସମସ୍ତ ରୀତିନୀତି ସମ୍ପର୍ଣ ହୋଇଥିଲା। ତେବେ ଶୀଘ୍ର କାର୍ଯ୍ୟରମ୍ଭ ସହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ନେଇ ସମାଜ ପକ୍ଷରୁ ଜୁବ ଗୋଷ୍ଠୀ ଙ୍କୁ ଦାୟିତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.