ବିଜେପୁର/ସୁଶାନ୍ତ ସାହୁ ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ପ୍ରସିଦ୍ଧ ରାସଯାତ୍ରା ଓ ବାଲିଯାତ୍ରା ସମାରୋହରେ ଆରମ୍ଭ ହୋଇଛି। ଭକ୍ତି, ବିଶ୍ଵାସ, ପରଂପରା ମୋହରେ ଏହା ଜାରିଂବାସୀଙ୍କୁ ଏକତାର ରୁଜୁରେ ବାନ୍ଧି ପାରିଛି। ଅପସଂସ୍କୃତି ପରିହାର କରି ସଂସ୍କୃତିରେ ଭରା ଲୋକନୃତ୍ୟ, ଲୋକଗୀତକୁ ପ୍ରାଧାନ୍ୟ ଦେଇ ଆସିଥିବାରୁ ରାସଯାତ୍ରାରେ ଅଂଚଳରେ ତାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ସ୍ଥାନୀୟ ରାଂଜ ନଦୀରୁ ଭବ୍ୟ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମ କରାଯାଇଥିଲା। ଅଧିବାସ ସହ ପାରଂପରିକ ରୀତିରେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ବିଜେପୁର ବିଧାୟକ ତଥା ଜମିଦାର ସନତ ଗଡ଼ତିଆ ପୂଜାର କର୍ଷା ଦାୟିତ୍ଵ ତୁଲାଇଛନ୍ତି ପଣ୍ଡିତ ଗୋକୁଳ ପୁଜାହାରୀ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଅନୁରୂପ ଭାବରେ ନଦୀକୂଳରେ ବାଳିଯାତ୍ରା ଅନୁଷ୍ଠିତ ହେଉଛି। ଗୁଡପକାଇବା
ପାଇଁ ଭୋର ସକାଳୁ ନଦୀକୂଳରେ ଭକ୍ତମନୋରଂଜନ ପାଇଁ ଲୋକଗୀତ ସଂଚାର, ଲୋକନୃତ୍ୟ, ନାଟକ ପରିବେଷିତ ହୋଇଥାଏ। ସଂଚାର କଳାକାର ପବିତ୍ର ପଧାନ, ଜଗନ୍ନାଥ ନ୍ନାଥ ମୁଦୁଲି, ସରୋଜ ଗଣୁ ପ୍ରମୁଖ ସଂଚାର ପରିବେଷଣ କରୁଛନ୍ତି l ମନୋରଂଜନ ପାଇଁ ଲୋକଗୀତ ସଂଚାର, ଲୋକନୃତ୍ୟ, ନାଟକ ପରିବେଷିତ ହୋଇଥାଏ। ଉକ୍ତ ଯାତ୍ରାରେ ଉଠାଦୋକାନୀ ତଥା ଦର୍ଶକଙ୍କ ଭିଡରେ ରାଂଜ ନଈକୂଳଟି ଜନସମୁଦ୍ର ପାଲଟିଯାଏ। ସଂଚାର କଳାକାର ପବିତ୍ର ପଧାନ, ଜଗନ୍ନାଥ ନ୍ନାଥ ମୁଦୁଲି, ସରୋଜ ଗଣୁ ପ୍ରମୁଖ ସଂଚାର ପରିବେଷଣ କରୁଛନ୍ତିଏହି ଅବସରରେ ଗୁରୁବାରଠାରୁ ସ୍ଥାନୀୟ ସମଲେଇ ପଡିଆଠାରେ ଜଳନ୍ଧର ମହାରାଜଙ୍କ ଦରବାର ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ପୂଜା କମିଟିର ଜୟନ୍ତ ପଧାନ, ଶ୍ରୀରାମ ପଧାନ, ଯୋଗେନ୍ଦ୍ର ପଧାନ, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ, ପ୍ରମୋଦ ପଧାନଙ୍କ ସମେତ ପୂଜା କମିଟି ସଦସ୍ୟବୃନ୍ଦ ତଥା ଜାରିଂଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ସୂଚନାଯୋଗଁ, ଦେଢ଼ଶହ ବର୍ଷ ପୂର୍ବରୁ ଜାରିଂ ଗ୍ରାମର କେତେକ ଉତ୍ସାହୀ ଯୁବକ ବରପାଲି ନିକଟସ୍ଥ ଏକ ଗ୍ରାମକୁ ରାସଯାତ୍ରା ଦେଖିବାକୁ ଯାଉଥିଲେ। ସେଠାରେ ପ୍ରେରଣା ଲାଭକରି ଗ୍ରାମର ଦକ୍ଷିଣପାର୍ଶ୍ଵରେ ପ୍ରବାହିତ ରାଂଜ ନଦୀ କୂଳରେ ରାସଯାତ୍ରା ଆରମ୍ଭ କରିଥିଲେ ବୋଲି ସ୍ଥାନୀୟ ଲୋକେ କହିଥାନ୍ତି। ଜାରିଂ ଗ୍ରାମର ବୃଦ୍ଧବୃଦ୍ଧାଙ୍କଠାରୁ ରାଂଜ ନଈ କୂଳରେ ଅବସ୍ଥିତ ଡୁଙ୍ଗୁରୀ ବିଷୟରେ ଏକ ଜନଶ୍ରୁତି ଶୁଣିବାକୁ ମିଳେ ମହାଭାରତର ପଞ୍ଚୁପାଣ୍ତବ ଅଜ୍ଞାତବାସ କାଳରେ ବିରାଟ ରାଜାଙ୍କର ଗାଈ ଚରାଇବାକୁ ଉକ୍ତ ଡୁଙ୍ଗୁରିକୁ ଆସିଥିଲେ ତାର ସଂକେତ ସ୍ଵରୂପ ଡୁଙ୍ଗୁରୀରେ ଗାଈଗୋରୁଙ୍କ ପଦଚିହ୍ନ ଓ ଗୋରୁମାନଙ୍କର ପୂର୍ଣ୍ଣ ଶରୀର ଚିହ୍ନଚିତ୍ର ଦେଖିବାକୁ ମିଳେ। ତେଣୁ ଭକ୍ତି ଓ ବିଶ୍ଵାସ ନେଇ ଦୂରଦୂରାନ୍ତରରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। ରାସଯାତ୍ରା କାର୍ତିକ ଶୁକ୍ଳ ଦଶମୀଠାରୁ ଆରମ୍ଭ ହୋଇ ଦୀର୍ଘ ୬ ଦିନ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହୋଇଆସୁଛି ।
Sign in
Sign in
Recover your password.
A password will be e-mailed to you.
Prev Post