ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୧୧.୧୧.୨୦୨୪: କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪୩ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୨୭ ଗୋଟି ଓ ସାମୂହିକ ୧୫ ଗୋଟି ରହିଥିବା ବେଳେ ୫ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି ଜନଶୁଣାଣି ଶିବିରରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସମାଜ କଲ୍ୟାଣ, ପଞ୍ଚାୟତିରାଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଶିଶୁ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ତହସିଲ ଇତ୍ୟାଦି ବିଭାଗ ସମ୍ପର୍କିତ ଆପତ୍ତି ଅଭିଯୋଗ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଶୁଣାଣୀ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଏହାର ଆଶୁ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ସୁଚେତା ପାଣି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଲୟ କୁମାର ପରିଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସହାୟକ ନିର୍ଦ୍ଦେଶକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି କଲେକ୍ଟର ଚନ୍ଦ୍ରଦାସ ମହାନଦିଆ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଳକ ଅଧ୍ୟକ୍ଷ, ତହସିଲଦାର,ବି. ଡି. ଓ. ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.
Next Post