ଚେକ୍ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯୁବକ ମୃତ

4

ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ସଦର ଗ୍ରାମର ଜଣେ ଯୁବକ ଚେକ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଭବାନୀ ଶଙ୍କର ନାୟକ (୨୧)
ଧୋଡ଼ିପାଣି ଗ୍ରାମର ପ୍ରେମଲାଲ ନାୟକଙ୍କ ପୁଅ ଭବାନୀ ଶଙ୍କର ରବିବାର ଧୋଡ଼ିପାଣି ପିଲା ନଦୀରେ ଥିବା ଚେକ ଡ୍ୟାମକୁ ଗାଧୋଇବା ପାଇଁ ଯାଇ ଥିଲେ । ଭବାନୀ ଗାଧୋଇ କି ଘରକୁ ଫେରୁ ଥିବା ସମୟରେ ସେଠାରେ ଥିବା ପଙ୍କରେ ଗୋଡ଼ ଖସି ପଡି ଯିବାରୁ ମୁଣ୍ଡରେ ପଥର ବାଜି ପାଣି ଭିତରେ ଅଚେତ ହୋଇ ପଡି ଯାଇ ଥିଲେ l କିଛି ଲୋକ ଦେଖି ପରିବାର କୁ ଖବର ଦେବା ପରେ ପରିବାର ଲୋକେ ତୁରନ୍ତ ୧୦୮ ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତୀ କରି ଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପ୍ରେମଲାଲ ନାୟକ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଡାକ୍ତରଖାନା ଯାଇ ଶବ ଜବତ କରି ଥିଲା l

Leave A Reply

Your email address will not be published.