ହ୍ୟାଟ୍ରିକ ଅପେକ୍ଷାରେ ବୈଜୟନ୍ତ

5

ବିଜେପିରେ ଯୋଗଦେଲେ ରାମ ନାରାୟଣ ଭାରଦ୍ଵାଜ, ବୈଜୟନ୍ତ ପଣ୍ଡାଙ୍କ ଦ୍ଵିତୀୟ ବଡ ସଫଳତା

ନୂଆଦିଲ୍ଲୀ/ଭୁବନେଶ୍ବର, ୧୧|୧୧ – ଗତକାଲି ଆପର  ଗୋଟେ ଉଇକେଟ ପକେଇଥିଲେ, ଆଜି ଆଉ ଗୋଟେ ପକେଇଲେ | ହ୍ୟାଟ୍ରିକ ଅପେକ୍ଷାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା | ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ଵ ନେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା। ଗତକାଲି ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ହରସରନ ସିଂହ ବାଲି ଓ ତାଙ୍କ ପୁଅ ଗୁର୍ମିତ ସିଂହ ଆଜି ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ଆଉ ଜଣେ ପ୍ରଭାବଶାଳୀ ନେତା ରାମ ନାରାୟଣ ଭାରଦ୍ଵାଜ ଯୋଗ ଦେଇଛନ୍ତି|

ସୂଚନାଯୋଗ୍ୟ, ଗତକାଲି ଶ୍ରୀ ବାଲି ଓ ତାଙ୍କ ପୁଅ ନୂଆଦିଲ୍ଲୀରେ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା, ସୁବାସ ଆର୍ଯ୍ୟ ଏବଂ ସୁବାଷ ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରଭାବଶାଳୀ ନେତା ରାମ ନାରାୟଣ ଭାରଦ୍ଵାଜ ବିଜେପିରେ ଯୋଗ ଦେଇଛନ୍ତି| ଦୁଇ ଦିନରେ ଆମ ଆଦମୀ ପାର୍ଟିର ଦୁଇ ପ୍ରଭାବଶାଳୀ ନେତା ଦଳ ଛାଡିବା ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ବୈଜୟନ୍ତ ପଣ୍ଡାଙ୍କ ସଫଳ ରଣନୀତି ଓ ଦୃଢ ନେତୃତ୍ଵ ପାଇଁ ଦିଲ୍ଲୀର ଆମ ଆଦମୀ ପାର୍ଟିର ଟାଣୁଆ ଓ ପ୍ରଭାବଶାଳୀ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ନେତା ସାମିଲ ହେବା ସୂଚନା ମିଳିଛି।

Leave A Reply

Your email address will not be published.