ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

5

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି (ଶନିବାର) ଉଦଯାପିତ ହୋଇଯାଇଛି।
ଆଜିର ଏହି ଉଦଯାପନ ସମାରୋହରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି , ଶ୍ରୀ ଲକ୍ଷ୍ମୀନାରାୟଣ ଶବର , ଅଧ୍ୟକ୍ଷ , ପଞ୍ଚାୟତ ସମିତି ଆର.ଉଦୟଗିରି , ଶ୍ରୀ ଏସ୍.ବାଲା ରାଜୁ , ଜିଲ୍ଲା ପରିଷଦ ସଦସ୍ୟ ଗୋଷାଣୀ , ଶ୍ରୀ ଅନୁପ ପଣ୍ଡା , ଉପ ଜିଲ୍ଲାପାଳ ପାରଳାଖେମୁଣ୍ଡି , ଅତିରିକ୍ତ ନିର୍ଦ୍ଦେଶକ ପ୍ରାଣୀ ଚିକିତ୍ସା ବିଭାଗ ଓଡ଼ିଶା ଶ୍ରୀ ଡ଼ମ୍ବୁରୁଧର ସାମଲ , ଡ଼ାକ୍ତର ଦୀନବନ୍ଧୁ ମିଶ୍ର , ଅବସର ପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସମ୍ବଲପୁର , ଡ଼ାକ୍ତର ଗିରିଶ୍ ଚନ୍ଦ୍ର ମହାନ୍ତି , ଅବସର ପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସିନଥିଲେ।
ଏହି ଅବସରରେ ଆଜି ୭୩ତମ ଗୋ-ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟରେ ଗୋ ପୂଜନ ଅନୁଷ୍ଠିତ ହୋଇଯାଇଛି। ଗୋ ଚାଷୀ ଭାଇ ଭଉଣୀମାନଙ୍କୁ ଗୋ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଉପଦେଶ ଦେଇଥିଲେ ଓ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ସହିତ ଗୋ ପାଳନ କରିବା ପାଇଁ ଅନୁରୋଧ କରିଥିଲେ।
ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ଜନସାଧାରଣ ନିକଟରେ କିପରି ପହଞ୍ଚି ପାରିବ ସେଥିନିମନ୍ତେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ସଚେତନତା କରାଯାଉଛି। ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ସମସ୍ତ ଅତିଥି ଗଣ କହିଥିଲେ।
ଭଲ କାର୍ଯ୍ୟ କରି ସଫଳତା ହାସଲ କରିଥିବା ମତ୍ସ୍ୟ ଓ ପ୍ରାଣୀ ପାଳକ ହିତାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତୁଷାର ରଞ୍ଜନ ସାହୁ , ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ଲିସା ବେହେରା ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତି ଧନ୍ୟବାଦ ଅର୍ପଣ କରିଥିଲେ ଓ ଡାକ୍ତର ଲିମ୍ମା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ। ଚାଷୀ ଭାଇ ଭଉଣୀ ମାନଙ୍କୁ ଉତ୍ସିତ କରିବା ପାଇଁ ପାଲ୍ଲା ନାଟକ ମାଧ୍ୟମରେ ହିତାଧିକାରୀଙ୍କୁ ସଚେତନତା
କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଡ଼ା.ରମାକାନ୍ତ ରଣା , ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତି , ଡାକ୍ତର ନାରାୟଣ ମହାପାତ୍ର , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପାରଳାଖେମୁଣ୍ଡି , ସମସ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ , ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ , ବିଭନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଜନ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.